‘ନ୍ୟୁଜ18 ଓଡିଆ’ ର ଏଡିଟର ଭାବେ ଯୋଗ ଦେଲେ ନରେନ୍ଦ୍ର ଜେନା

Published: Jul 20, 2022, 11:32 am IST

ଭୁବନେଶ୍ବର: ‘ନ୍ୟୁଜ18 ଓଡିଆ’ ର ଏଡିଟର ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ଜେନା। ନେଟୱର୍କ 18 ର ବରିଷ୍ଠ ଅଧିକାରୀଙ୍କ ଗହଣରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିରେ କଂପାନୀର ଚିଫ କଣ୍ଟେଟ ଅଫିସର ସନ୍ତୋଷ ମେନନ, ସିନିୟର ଏଡିଟର ଧ୍ରୁବ ପରିମାଣିକ ଏବଂ ଗ୍ରୁପ ଏଡିଟର ରାଜେଶ ରାଇନା ଯୋଗ ଦେଇଥିଲେ।

‘ନ୍ୟୁଜ18 ଓଡିଆ’ ରେ ଯୋଗ ଦେବା ପୂର୍ବରୁ ନରେନ୍ଦ୍ର କନକ ନ୍ୟୁଜର ଆଉଟପୁଟ ହେଡ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଓଡିଶାର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଓଟିଭିରେ ମଧ୍ୟ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଏହି ଚ୍ୟାନେଲରେ ବରିଷ୍ଠ ଏଡିଟର ଭାବେ କାର୍ଯ୍ୟ କରୁଥିବା ଦୟାନିଧି ଦାସ ଇସ୍ତଫା ଦେବା ପରେ ନରେନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଚ୍ୟାନେଲର କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଛନ୍ତି।

Related posts