ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୯୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୯୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୪
ବାଲେଶ୍ଵର ଜିଲ୍ଲାରୁ- ୧୯
ବରଗଡ ଜିଲ୍ଲାରୁ- ୧୨
ଭଦ୍ରକ ଜିଲ୍ଲାରୁ- ୧୨
ବଲାଙ୍ଗୀରି ଜିଲ୍ଲାରୁ- ୧୫
ବୌଦ୍ଧ ଜିଲ୍ଲାରୁ- ୧୬
କଟକ ଜିଲ୍ଲାରୁ- ୧୦୯
ଦେବଗଡ ଜିଲ୍ଲାରୁ- ୩
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୬
ଗଞ୍ଜାମ ଜିଲ୍ଲାରୁ- ୨
ଜଗତସିଂହପୁର ଜିଲ୍ଲାରୁ- ୧୫
ଯାଜପୁର ଜିଲ୍ଲାରୁ- ୨୮
ଝାରସୁଗୁଡା ଜିଲ୍ଲାରୁ- ୩୩
କଳାହାଣ୍ଡି ଜିଲ୍ଲାରୁ- ୬
କନ୍ଧମାଳ ଜିଲ୍ଲାରୁ- ୫
କେନ୍ଦ୍ରାପଡା ଜିଲ୍ଲାରୁ- ୧୧
କେନ୍ଦୁଝର ଜିଲ୍ଲାରୁ- ୧୪
ଖୋର୍ଦ୍ଧା ଜିଲ୍ଲାରୁ- ୩୧୨
କୋରାପୁଟ ଜିଲ୍ଲାରୁ- ୯
ମୟୂରଭଞ୍ଜ ଜିଲ୍ଲାରୁ- ୧୦୨
ନବରଙ୍ଗପୁର ଜିଲ୍ଲାରୁ- ୧୨
ନୟାଗଡ ଜିଲ୍ଲାରୁ- ୩୬
ପୁରୀ ଜିଲ୍ଲାରୁ- ୨୭
ରାୟଗଡା ଜିଲ୍ଲାରୁ- ୧୯
ସମ୍ବଲପୁର ଜିଲ୍ଲାରୁ- ୭୦
ସୋନପୁର ଜିଲ୍ଲାରୁ- ୫୨
ସୁନ୍ଦରଗଡ ଜିଲ୍ଲାରୁ- ୧୭୪
ଷ୍ଟେଟ ପୁଲରୁ- ୭୦
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩ ହଜାର ୧୯୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୯୧୫ ଏବଂ ବର୍ତ୍ତମାନ ୭୦୯୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।