Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବ ତଟ ରେଳପଥ ଦ୍ୱାରା ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ଉଦଯାପିତ
ଆଜିର ଖବର

ପୂର୍ବ ତଟ ରେଳପଥ ଦ୍ୱାରା ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ଉଦଯାପିତ

July 23, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବ ତଟ ରେଳପଥ ଦ୍ୱାରା ସପ୍ତାହବ୍ୟାପୀ ତଥା ଜୁଲାଇ ୧୮ ତାରିଖରୁ ଆୟୋଜିତ ହୋଇଥିବା ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସ୍ମରଣୀୟ ସପ୍ତାହ ଉତ୍ସବ ଆଜି ଅର୍ଥାତ୍ ଜୁଲାଇ ୨୩ ତାରିଖ ୨୦୨୨ରେ ସମାପ୍ତ ହୋଇଛି। ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ତଥା ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ସ୍ମରଣୀୟ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ପାଳନ କରାଯାଇଅଛି।

ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ସପ୍ତାହ ଉତ୍ସବ ପାଳନ ପାଇଁ ଭାରତୀୟ ରେଳ ସମଗ୍ର ଭାରତ ବର୍ଷରେ ୭୫ ରେଳ ଷ୍ଟେସନକୁ ମନୋନୀତ କରିଥିଲା। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଓ ବିଶାଖାପାଟମ ଷ୍ଟେସନକୁ ମନୋନୀତ କରାଯାଇଥିଲା।

ସପ୍ତାହବ୍ୟାପୀ ଉତ୍ସବ ପାଳନ ସମୟରେ, ପଥପ୍ରାନ୍ତ ନାଟକ, ଦେଶାତ୍ମବୋଧକ ଗୀତ, ଦେଶଭକ୍ତି ନୃତ୍ୟ, ତତକ୍ଷଣାତ୍ କୁଇଜ୍, ସେଲଫି ପଏଣ୍ଟ, ମନୋନୀତ ରେଳ ଷ୍ଟେସନ ଗୁଡିକର ଆଲୋକୀକରଣ, ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂକ୍ଷିପ୍ତ ଇତିହାସର ଅଡିଓ/ଭିଡିଓ ପ୍ରଦର୍ଶନ, ସ୍ୱାଧୀନତା ସଂଗ୍ରାମୀଙ୍କ ୩ଡି କଟଆଉଟ୍, ଆଲୋକ ଏବଂ ଧ୍ୱନି କାର୍ଯ୍ୟକ୍ରମ ଇତ୍ୟାଦିକୁ ଆୟୋଜନ କରାଯାଇଥିଲା। ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନ ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ ଉପରୋକ୍ତ ସମସ୍ତ ତିନୋଟି ରେଳ ଷ୍ଟେସନରେ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା।

ସ୍ମରଣୀୟ ସପ୍ତାହ ଉତ୍ସବର ସମାପ୍ତିର ଏକ ଅଂଶ ଭାବରେ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ସମାପନ ସମାରୋହ ଆୟୋଜିତ ହୋଇଥିଲା ଯେଉଁଠାରେ ପୂର୍ବତଟ ରେଳପଥର ପ୍ରମୁଖ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ବାସୁଦେବ ପଣ୍ଡା ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଚାରିଜଣ ସ୍ୱାଧୀନତା ସଂଗ୍ରାମୀ/ସେମାନଙ୍କ ପରିବାର ସଦସ୍ୟ ଏବଂ ନଅ ଜଣ ପାଇକ ବିଦ୍ରୋହ ଶହୀଦଙ୍କ ବଂଶଧର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବସୁଦେବ ପଣ୍ଡା କହିଛନ୍ତି ଯେ ପୂର୍ବ ତଟ ରେଳପଥର ସମସ୍ତ ବିଭାଗ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନର ସପ୍ତାହବ୍ୟାପୀ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମର୍ପଣ କରି ଦିଆଯାଇଥିବା ମହାନ ବଳିଦାନକୁ ସମ୍ମାନ ଦେବା ଏବଂ ଦେଶର ଏକତା ତଥା ଜାତୀୟତାକୁ ଆହୁରି ଆଗକୁ ବଢାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଆୟୋଜନର ମୂଳ ଉଦ୍ଦେଶ୍ୟ। ଦୁଇ ଶହ ବର୍ଷ ପୁରୁଣା ପାଇକ ବିଦ୍ରୋହ ପାଇଁ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଯାହା ଓଡିଶାର ଗର୍ବ ଅଟେ।

କଟକ ରେଳ ଷ୍ଟେସନରେ ଏହି ଉତ୍ସବରେ ଯୋଗଦେଇ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକ ତିନିଜଣ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ସମ୍ମାନିତ କରିଥିଲେ। ସେହିଭଳି ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଅଶୋକ କୁମାର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷୀଗୋପାଳ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ୱାଲଟିୟର ଏବଂ ସମ୍ବଲପୁର ରେଳ ମଣ୍ଡଳରେ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ରେଳବାଇ ପ୍ରବନ୍ଧକମାନେ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମ ସମାପ୍ତ ହେବା ପରେ, ସମସ୍ତ ପାଞ୍ଚଟି ରେଳ ଷ୍ଟେସନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂଆଦିଲ୍ଲୀରେ ଆୟୋଜିତ କେନ୍ଦ୍ରୀୟ କାର୍ଯ୍ୟ ସହିତ ସଂଯୁକ୍ତ ହୋଇଥିଲା।  ନୂଆଦିଲ୍ଲୀରେ କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ଭାରତର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନେତୃତ୍ୱରେ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଉପସ୍ଥିତ ଥିବା ସ୍ୱାଧୀନତା ସଂଗ୍ରାମୀ ମାୟାଦର ମଲିକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱାଧୀନତା ସମୟରେ ତାଙ୍କ ଅଭିଜ୍ଞତା ତଥା ଭାରତୀୟ ରେଳବାଇର ବିଭିନ୍ନ ରେଳ ଷ୍ଟେସନରେ ଉପସ୍ଥିତ ଥିବା ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଯୋଗାଯୋଗ କରି ସେମାନଙ୍କର ସ୍ୱାଧୀନତା ସଂଗ୍ରାମ ବେଳର ଅନୁଭବକୁ ପଚାରି ବୁଝିଥିଲେ।

ଆଜାଦୀ କା ଅମୃତ ମହୋତ୍ସବ ପୂର୍ବ ତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026
Latest News

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026

ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଏବଂ ଡିଜିସିଏ ମଧ୍ୟରେ ରାଜିନାମା ସ୍ବାକ୍ଷରିତ

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଆଜି ମାର୍ଚ୍ଚ ୩୧ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.