ଉଜ୍ୱଳ ଭାରତ ,ଉଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମକୁ ଭିସି ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Published: Jul 30, 2022, 10:43 pm IST

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ–ପାଓ୍ୱାର@୨୦୪୭ ପରିପ୍ରେକ୍ଷୀରେ ଦେଶ ପାଇଁ ବିଜୁଳି ବିତରଣ ଆଧୁନିକୀକରଣ ବ୍ୟବସ୍ଥା, ନ୍ୟାସନାଲ ରୁଫଟଫ୍ ସୋଲାର ପୋର୍ଟାଲ ଓ ଏନ୍.ଟି.ପି.ସିର ସ୍ୱଚ୍ଛ ଶକ୍ତି ପରିଯୋଜନା ଆଦି କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର କିଟ୍ ବିଶ୍ୱ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ଏନ୍.ଟି.ପି.ସି., ଓପିଟିସିଏଲ୍ ଏବଂ ଟିପିସିଓଡିଏଲ୍ ର ମିଳିତ ଆନୁକୂଲ୍ୟରେ ଏକ ଜନସଚେତନତା କାର‌୍ୟ୍ୟକ୍ରମ ତଥା ‘ବିଜୁଳି ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି।

‘ଆଜାଦ୍ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ଏହିପରି କାର୍ଯ୍ୟୟକ୍ରମ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଠାରେ ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି କିଟ୍ ବିଶ୍ୱବିଦ୍ୟାଳୟଠାରେ ମଧ୍ୟ ଅନୁରୂପ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଳ୍ପ, ଅଣୁ,କ୍ଷୁଦ୍ର, ମଧ୍ୟମଉଦ୍ୟୋଗଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମ ପରେ ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସର ସିଧା ପ୍ରସାରଣ ଓ ବିଭିନ୍ନ ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ ପ୍ରସାରଣ କରାଯାଇଥିଲା।

Related posts