
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଟଣୀ ଥାନା ତିରୁମଲା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ବେଆଇନ ମଦ ଭାଟି ଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ବେଳେ ୨ ହଜାର ୨୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୧୩୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।
ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜେସ, ଏଏସଆଇ ବିରଞ୍ଚି ନାରାୟଣ ମହାନ୍ତି ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।