
ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାରରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ହଜାର ୪୦୬ ନୂତନ କରୋନା ରୋଗୀ ଚିହ୍ନଟ ହୋଇବେଳେ ୧୯ ହଜାର ୯୨୮ ଲୋକ ଏହି ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ନୂତନ କରୋନା ମାମଲା ପରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୪ ହଜାର ୭୯୩ କୁ ବୃଦ୍ଧି ପାଇଛି।