Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରମ୍ଭ ହେଲା ସ୍ମାର୍ଟ ପ୍ରିପେଡ୍ ମୋବାଇଲ ଆପ୍ ଏବଂ ଡିସ୍କମ୍ ଗୁଡିକର ସୂଚୀ
ଆଜିର ଖବର

ଆରମ୍ଭ ହେଲା ସ୍ମାର୍ଟ ପ୍ରିପେଡ୍ ମୋବାଇଲ ଆପ୍ ଏବଂ ଡିସ୍କମ୍ ଗୁଡିକର ସୂଚୀ

August 6, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜ୍ୟ ସମୂହ ଓ ପ୍ରାଦେଶିକ ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀ (ପାୱାର ୟୁଟିଲିଟିଜି) ଗୁଡିକର ସମୀକ୍ଷା ଯୋଜନା ଓ ତଦାରଖ (ରିଭ୍ୟୁ ପ୍ଲାନିଂ ଆଣ୍ଡ ମନିଟରିଂ ବା ଆର୍ପିଏମ୍) ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶକ୍ତି ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର.କେ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶକ୍ତି ଓ ଭାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର, ଶକ୍ତି ସଚିବ, ବିଭାଗର ବରିଷ୍ଠ ଅଧିକାରୀଗଣ, ବିଭିନ୍ନ ରାଜ୍ୟର ଶକ୍ତି ସଚିବ, ଅଧିକାରୀ ଏବଂ ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀଗୁଡିକର ପ୍ରତିନିଧିମାନେ ଏଥିରେ ଉପସ୍ଥିତ ଥିଲେ।

ଏହି ବୈଠକରେ ବିଦ୍ୟୁତ ଶକ୍ତି ସଂକ୍ରାନ୍ତ ବିଭିନ୍ନ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବିଶେଷକରି ଜୁଲାଇ ୩୦ରେ ଉଜ୍ଜ୍ୱଳ ଭାରତ ଉଜ୍ଜଳ ଭବିଷ୍ୟ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣର ମର୍ମ ଅନୁସାରେ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଏଥିରେ ଗୁରୁତ୍ୱ ପାଇଥିଲା। ବିଦ୍ୟୁତ୍ କ୍ଷେତ୍ର କ୍ଷତି ପରିହାର କରି ନିଜକୁ ସମର୍ଥ ଓ ସ୍ୱାବଲମ୍ବୀ କରିବା, ବିଦ୍ୟୁତ୍ ଯୋଗାଣ ଓ ଉତ୍ପାଦନକାରୀ କମ୍ପାନୀଙ୍କୁ ସରକାରୀ ବକେୟା ଦେୟ ପ୍ରଦାନ, ସମ୍ପୃକ୍ତ କମ୍ପାନୀଙ୍କୁ ଲେଟ ପେମେଣ୍ଟ ସରଚାର୍ଜ ଓ ତତ୍ ସଂକ୍ରାନ୍ତ ବିଷୟଗୁଡିକ ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକ ଅବସରରେ ମାନନୀୟ ଶକ୍ତିମନ୍ତ୍ରୀ ଆର.କେ ସିଂହ ଶକ୍ତି ଯୋଗାଣ କାରୀ କମ୍ପାନୀ (ପାୱାର ଡିଷ୍ଟ୍ରିବ୍ୟୁସନ ୟୁଟିଲିଟିଜ୍)ଗୁଡିକର ଇଣ୍ଟ୍ରିଗ୍ରେଟେଡ ରେଟିଂ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହା ବ୍ୟତୀତ ଡିସ୍କମ୍ଗୁଡିକର ପ୍ରଥମ ସର୍ଭିସ ରେଟିଂ ବ୍ୟବସ୍ଥା ଓ ଭାରତ ଇସ୍ମାର୍ଟ ମୋବାଇଲ ଆପ୍ଲିକେସନ (ବିଇଏସ୍ଏମ୍ଏ)କୁ ଆରମ୍ଭ କରାଯାଇଥିଲା।

ଇଣ୍ଟ୍ରିଗ୍ରେଟେଡ ରେଟିଂ ବ୍ୟବସ୍ଥା ୨୦୧୨ଠାରୁ ପ୍ରତିବର୍ଷ କରାଯାଇ ଆସୁଛି। ଏହାର ଉଦ୍ଦେଶ୍ୟ ହେଲା ବିଦ୍ୟୁତ୍ ଯୋଗାଣକାରୀ କମ୍ପାନୀଗୁଡିକର ବିଭିନ୍ନ ପ୍ରକାର ପ୍ରଦର୍ଶନକୁ ମୂଲ୍ୟାୟନ କରିବା। ଏଥିରେ ସେମାନଙ୍କର ଆର୍ଥିକ ସ୍ଥିରତା, ସେବା ଯୋଗାଣର ମାନ, ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଆଦି ବିଷୟକୁ ମୂଲ୍ୟାୟନ କରାଯାଇ ତଦନୁସାରେ ରେଟିଂ ପ୍ରଦାନ କରାଯାଇଥାଏ। ଏଥିରେ କମ୍ପାନୀଗୁଡିକର ସେବା ଯୋଗାଣ ଓ ଆର୍ଥିକ ସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଏ। ଡିସ୍କମ୍ଗୁଡିକର କାର୍ଯ୍ୟ ଓ ସେବାରେ ନିରନ୍ତର ପ୍ରଗତି ଆଣିବା ଏହି ରେଟିଂର ମୂଳ ଲକ୍ଷ୍ୟ। ଏହି ରେଟିଂ ବ୍ୟବସ୍ଥାରେ ଘରୋଇ ଡିସ୍କମ୍ଗୁଡିକୁ ମଧ୍ୟ ସାମିଲ କରାଯାଇଛି ଏବଂ ସେମାନଙ୍କର କାର୍ଯ୍ୟର ମଧ୍ୟ ବାର୍ଷିକ ସମୀକ୍ଷା ହେଉଛି। ଏ ସଂକ୍ରାନ୍ତ ସବିଶେଷ ତଥ୍ୟ urjadrishti.comରୁ ମିଳିପାରିବ।

ବିଦ୍ୟୁତ୍ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପ୍ରକାରର ସଂସ୍କାରବାଦୀ କାର୍ଯ୍ୟକୁ ଆଗକୁ ବଢାଇ ଉପଭୋକ୍ତାମାନଙ୍କୁ ଶ୍ରେଷ୍ଠ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଶକ୍ତିମନ୍ତ୍ରୀ ଗତକାଲି ମଧ୍ୟ ଡିସ୍କମ୍ ସମୂହଙ୍କର ୨୦୨୦-୨୧ ବର୍ଷର ଖାଉଟି ସେବା ରେଟିଂ(ସିଏମ୍ଆର୍ଡି) ଉନ୍ମୋଚନ କରିଥିଲେ। ଏଥିରେ ବିଭିନ୍ନ ଡିସ୍କମ୍ର ସାମ୍ପ୍ରତିକ ଖାଉଟି ସେବା ସଂକ୍ରାନ୍ତ ସ୍ଥିତି ସ୍ଥାନ ପାଇଛି। ଏହି ସେବାରେ ବିଦ୍ୟୁତ ଯୋଗାଣ ଓ ପରିଚାଳନା ବ୍ୟବସ୍ଥାର ବିଶ୍ୱସନୀୟତା, ବିଜୁଳି ସଂଯୋଗ ପ୍ରଦାନ ସେବା, ମିଟରିଂ, ବିଲିଂ, ଫଲ୍ଟ କରେକସେନ, ଶୁଳ୍କ ସଂଗ୍ରହ ଆଦି ଅନ୍ତର୍ଭୁକ୍ତ। ସାତଟି ମାନକ ଆଧାରରେ ଏହି ରେଟିଂ ଓ ମୂଲ୍ୟାୟନ କରାଯାଉଛି। ଯେଉଁ ଡିସ୍କମ୍ଗୁଡିକର ପ୍ରଦର୍ଶନ ଉଚ୍ଚକୋଟିର ହେଉଛି ସେମାନଙ୍କର ମଡେଲକୁ ଅନ୍ୟମାନେ ଅନୁସରଣ କରିବାକୁ ପ୍ରୋତ୍ସାହିତ କକରିବାର ବ୍ୟବସ୍ଥା ଏଥିରେ ଅଛି। ଡିସ୍କମ୍ଗୁଡିକରେ ସେବା ଓ ଦକ୍ଷତା ବୁଦ୍ଧି ଉପରେ ମଧ୍ୟ ଏହା ଗୁରୁତ୍ୱ ଦେଉଛି। ଏ ସଂକ୍ରାନ୍ତ ସବିଶେଷ ତଥ୍ୟ recindia.nic.inରେ ଉପଲବ୍ଧ।

ବିଜୁଳି ଉପଭୋକ୍ତାଙ୍କୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରିପେଡ ସ୍ମାର୍ଟ ମିଟର ପାଇଁ ଏକ ଫ୍ରି ଟୁ ୟୁଜ୍ ମୋବାଇଲ ଆପ୍ ପ୍ରଚଳନର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହା ସହିତ ସମଗ୍ର ଦେଶରେ ସ୍ମାର୍ଟ ମିଟରିଂ ବ୍ୟବସ୍ଥା ଆରମ୍ଭ ହେବ। ସ୍ମାର୍ଟ ମିଟରର ଡାଟା ଅନୁସାରେ ଏହି ମୋବାଇଲ ଆପ୍ କାର୍ଯ୍ୟ କରିବ। ଏଥିରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସେମାନଙ୍କର ବିଜୁଳି ବ୍ୟବହାର, ବଳକା ବିଜୁଳି ପରିମାଣ ପୈଠ କରିଥିବା ଅର୍ଥ ଓ ବଳକା ଅର୍ଥ ଆଦି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ। ଏହାଫଳରେ ବିଦ୍ୟତ୍ ଉପଭୋକ୍ତା ନିଜର ବିଜୁଳି ଖର୍ଚ୍ଚ, ସେ ବାବଦ ଦେୟ ଓ ଅନ୍ୟାନ୍ୟ ତଥ୍ୟ ସହଜରେ ପାଇପାରିବେ ଏବଂ ସେମାନଙ୍କ ଟେଲିଫୋନକୁ ମଧ୍ୟ ଆଲର୍ଟ ଓ ନୋଟିଫିକେସନ ଯିବ।

ଏହା ଛଡା ଏହି ଆପ୍ରେ ୟୁପିଆଇ, ନେଟ୍ ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ ଓ ଡେବିଟ୍ କାର୍ଡ ଆଦିର ସୁବିଧା ରହିଛି। ଏହି ମୋବାଇଲ ଫୋନ ମାଧ୍ୟମରେ ବିଜୁଳି ଦେୟ ସହଜରେ ଦେଇ ହେବ ଏବଂ ରିଚାର୍ଜ କରାଯାଇପାରିବ। ଏହା ମଧ୍ୟ ଉପଭୋକ୍ତାଙ୍କୁ ନିଜର ଆବଶ୍ୟକତା ଅନୁସାରେ ବିଜୁଳି ବ୍ୟବହାରଙ୍କୁ ସୁବିଧା ଯୋଗାଇବ। ସବୁ ଶକ୍ତି ବଣ୍ଟନକାରୀ କମ୍ପାନୀକୁ ଏହି ଆପ୍ ମାଗଣାରେ ଯୋଗାଇ ଦିଆଯିବ। ଏହି ଆପ୍ର ନିରାପତ୍ତା ବ୍ୟବସ୍ଥା ଅତ୍ୟନ୍ତ ସୁରକ୍ଷିତ ଏବଂ ଏଥିରେ ବ୍ୟକ୍ତିଗତ ତଥ୍ୟ ଚୋରି ବା ହେରଫେରର ଅବକାଶ ନାହିଁ।

ସରକାରଙ୍କ ଏସବୁ ପଦକ୍ଷେପ ଫଳରେ ଦେଶର ବିଦ୍ୟୁତ୍ କ୍ଷେତ୍ରରେ ଦକ୍ଷତା ବଢିବ ଏବଂ ଉପଭୋକ୍ତା ଉନ୍ନତମାନର ସେବା ଉଚିତ ମୂଲ୍ୟରେ ପାଇବେ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.