ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୭
ବରଗଡ ଜିଲ୍ଲାରୁ- ୫
ଭଦ୍ରକ ଜିଲ୍ଲାରୁ- ୩
ବଲାଙ୍ଗୀରି ଜିଲ୍ଲାରୁ- ୭
କଟକ ଜିଲ୍ଲାରୁ- ୧୩
ଦେବଗଡ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୬
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୧
ଯାଜପୁର ଜିଲ୍ଲାରୁ- ୬
ଝାରସୁଗୁଡା ଜିଲ୍ଲାରୁ- ୪
କଳାହାଣ୍ଡି ଜିଲ୍ଲାରୁ- ୧୪
କନ୍ଧମାଳ ଜିଲ୍ଲାରୁ- ୧
କେନ୍ଦ୍ରପଡା ଜିଲ୍ଲାରୁ- ୨
ଖୋର୍ଦ୍ଧା ଜିଲ୍ଲାରୁ- ୫୯
କୋରାପୁଟ ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୧୧
ନବରଙ୍ଗପୁର ଜିଲ୍ଲାରୁ- ୧୨
ନୟାଗଡ ଜିଲ୍ଲାରୁ- ୭
ନୂଆପଡା ଜିଲ୍ଲାରୁ- ୪
ପୁରୀ ଜିଲ୍ଲାରୁ- ୨
ରାୟଗଡା ଜିଲ୍ଲାରୁ- ୪
ସମ୍ବଲପୁର ଜିଲ୍ଲାରୁ- ୧୪
ସୋନପୁର ଜିଲ୍ଲାରୁ- ୧୦
ସୁନ୍ଦରଗଡ ଜିଲ୍ଲାରୁ- ୪୪
ଷ୍ଟେଟ ପୁଲରୁ- ୧୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୩ ହଜାର ୩୦୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୦ ହଜାର ୬୩୫ ଏବଂ ବର୍ତ୍ତମାନ ୩୪୬୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।