ବନ୍ୟା ଦୃଷ୍ଟିରୁ ଘୁଞ୍ଚିଲା ଯୁକ୍ତ-୨ ନାମଲେଖା, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ ବଢିଲା

Published: Aug 20, 2022, 6:59 pm IST

ଭୁବନେଶ୍ୱର :  ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁମୋଦନ କ୍ରମେ ଯୁକ୍ତ-୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।

ଏହି ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଯୁକ୍ତ-୨ ପ୍ରଥମ ପର୍ଯ୍ୟାୟ ନାମଲେଖା ତାରିଖ ଅଗଷ୍ଟ୧୯ରୁ ୨୫ ତାରିଖ ସ୍ଥିର କରାଯାଇଥିବାବେଳେ ଏବେ ଏହା ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅବଧି ସେପେଫମ୍ବର ୫ରୁ ୭ ତାରିଖ ଥିବାବେଳେ ତାହା ସେପେଫମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ତତ୍‌କାଳ ନାମଲେଖା (ସ୍ପଟ୍‌ ସିଲେକ୍‌ସନ୍‌)ର ଅବଧି ସେପେଫମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା । ବିଭିନ୍ନ ମହାବିଦ୍ୟାଳୟରେ ଏବେ ଏହି ତତ୍‌କାଳ ନାମଲେଖା ସେପେଫମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

Related posts