ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୦୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୨୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବରଗଡ ଜିଲ୍ଲାରୁ- ୯
ବଲାଙ୍ଗୀରି ଜିଲ୍ଲାରୁ- ୭
ବୌଦ୍ଧ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୧୬
ଦେବଗଡ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୪
ଗଞ୍ଜାମ ଜିଲ୍ଲାରୁ- ୨
ଯାଜପୁର ଜିଲ୍ଲାରୁ- ୬
ଝାରସୁଗୁଡା ଜିଲ୍ଲାରୁ- ୧
କଳାହାଣ୍ଡି ଜିଲ୍ଲାରୁ- ୩
କନ୍ଧମାଳ ଜିଲ୍ଲାରୁ- ୪
କେନ୍ଦ୍ରାପଡା ଜିଲ୍ଲାରୁ- ୨
ଖୋର୍ଦ୍ଧା ଜିଲ୍ଲାରୁ- ୪୮
କୋରାପୁଟ ଜିଲ୍ଲାରୁ- ୧୧
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୬
ନବରଙ୍ଗପୁର ଜିଲ୍ଲାରୁ- ୧
ନୟାଗଡ ଜିଲ୍ଲାରୁ- ୬
ନୂଆପଡା ଜିଲ୍ଲାରୁ- ୯
ପୁରୀ ଜିଲ୍ଲାରୁ- ୩
ସମ୍ବଲପୁର ଜିଲ୍ଲାରୁ- ୧୩
ସୋନପୁର ଜିଲ୍ଲାରୁ- ୧
ସୁନ୍ଦରଗଡ ଜିଲ୍ଲାରୁ- ୩୬
ଷ୍ଟେଟ ପୁଲରୁ- ୧୨
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୪୭୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୪ ହଜାର ୫ ଏବଂ ବର୍ତ୍ତମାନ ୨୨୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।