Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବକପ୍‌ ପାଇଁ ୧୦ ମିଲିୟନ୍‌ ଡଲାରର ପୁରସ୍କାର ରାଶି ଘୋଷଣା କଲା ଆଇସିସି
ଆଜିର ଖବର

ବିଶ୍ବକପ୍‌ ପାଇଁ ୧୦ ମିଲିୟନ୍‌ ଡଲାରର ପୁରସ୍କାର ରାଶି ଘୋଷଣା କଲା ଆଇସିସି

May 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Winning team to take home $4,000,000; big incentive for each league game
Winning team to take home $4,000,000; big incentive for each league game

ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ ବିଶ୍ବକପ୍‌ ନିମନ୍ତେ ଆଇସିସି ସମୁଦାୟ ୧୦ ମିଲିୟନ୍‌ ଡଲାରର ପୁରସ୍କାର ରାଶି ଘୋଷଣା କରିଛି । ଶୁକ୍ରବାର ଏକ ଟ୍ବିଟ୍‌ ଜରିଆରେ ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି ରାଶି ମଧ୍ୟରୁ ୪ ମିଲିୟନ୍‌ ଡଲାର ବିଜୟୀ ଦଳକୁ ପ୍ରଦାନ କରାଯିବ । କ୍ରିକେଟ୍‌ ଇତିହାସରେ ଏହା ସବୁଠାରୁ ବୃହତ ପୁରସ୍କାର ରାଶି । ଏହା ସହିତ ରନର୍ସ ଅପ୍‌ ଦଳ ନିମନ୍ତେ ଦୁଇ ମିଲିୟନ୍‌ ପୁରସ୍କାର ରାଶି ଘୋଷଣା କରାଯାଇଛି । ସେମି ଫାଇନାଲ୍‌ରେ ପରାଜିତ ପ୍ରତ୍ୟକ ଦଳକୁ ୮ ଲକ୍ଷ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ । ଟୁର୍ଣ୍ଣାମେଣ୍ଟରେ ୧୦ ଟି ଟିମ୍‌ ଅଂଶଗ୍ରହଣ କରୁଥିବା ବେଳେ ୧୧ଟି ଷ୍ଟାଡିୟମ୍‌ରେ ସମୁଦାୟ ୪୮ଟି ମ୍ୟାଚ୍‌ ଖେଳାଯିବ । ଜୁଲାଇ ୧୬ରେ ଲର୍ଡସରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ସେହିପରି ରାଉଣ୍ଡ ରବିନ୍‌ ଲିଗ୍‌ରେ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଲିଗ୍‌ ମ୍ୟାଚ୍‌ର ବିଜୟ ପାଇଁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଛି ଯାହା ଦ୍ବାରା ଏହି ଟୁର୍ଣ୍ଣାମେଣ୍ଟଟି ଅଧିକ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ହୋଇ ପାରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.