ନିଜ ପ୍ରଧାନମନ୍ତ୍ରୀତ୍ବର ୫ ବର୍ଷରେ ପ୍ରଥମ ଥର ପାଈଁ ପ୍ରେସ୍ମିଟ୍ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସହିତ ଏକ ପ୍ରେସ୍ ମିଟ୍ରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ପ୍ରେସ୍ମିଟ୍ କରିଥିଲେ ମୋଦି । ଚଳିତ ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଏହି ପ୍ରେସ୍ମିଟ୍ ଅବସରରେ କହିଥିଲେ ମୋଦି । ଦେଶରେ ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ଏକ ପୂର୍ଣ୍ଣବହୁମତର ସରକାର ଦେଖିବାକୁ ମିଳିବ ବୋଲି କହିବା ସହିତ ପ୍ରଥମ ଥର ପାଇଁ ନିର୍ବାଚନ ସମୟରେ ଆଇପିଏଲ୍, ରମଜାନ, ନବରାତ୍ରି ଏବଂ ସ୍କୁଲ ପରୀକ୍ଷା ସବୁ କିଛି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ଲୋକସଭା ପାଇଁ ପ୍ରଚାରର ସମୟ ସୀମା ଶେଷ ହେବାର ୩୦ ମିନିଟ୍ ପୂର୍ବରୁ ମୋଦି ଏବଂ ଶାହା ଏହି ପ୍ରେସ୍ମିଟ୍ କରିଥିଲେ । ଜନ ସାଧାରଣ କ୍ରମାଗତ ଦ୍ବିତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ପାଇଁ ଇଚ୍ଛୁକ ଥିବାରୁ ମୁଁ ବହୁତ ଖୁସି ବୋଲି ଅମିତ ଶାହା ପ୍ରକାଶ କରିଥିଲେ । ଏହି ଅବସରରେ ଶାହା ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ନିର୍ବାଚନୀ ହିଂସାକୁ ନିନ୍ଦା କରିଥିଲେ ଶାହା । ଏହା ସହିତ ପଶ୍ଚିମବଙ୍ଗ ସରକାର ନିର୍ବାଚନୀ ହିଂସା ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ବୋଲି କହିଥିଲେ ଶାହା ।
ବିଜେପି କାର୍ଯ୍ୟାଳୟରେ ମୋଦି ଶାହାଙ୍କ ପ୍ରେସ୍ମିଟ୍
Published:
May 17, 2019, 6:04 pm IST
Tags: