ଘୋଷଣା ହେଲା ୟୁପିରେ ବିଜେପିର ନୂତନ ରାଜ୍ୟ ସଭାପତିଙ୍କ ନାମ, ଏହି ନେତାଙ୍କୁ ମିଳିଲା ଦାୟିତ୍ୱ

Published: Aug 25, 2022, 2:50 pm IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଜେପି ରାଜ୍ୟ ସଭାପତିଙ୍କ ନାମକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନା ଶେଷ ହୋଇଛି। ରାଜ୍ୟରେ ନୂଆ ରାଜ୍ୟ ସଭାପତିଙ୍କ ନାମ ବିଜେପି ଘୋଷଣା କରିଛି। ଆଜି ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଚିଠି ମାଧ୍ୟମରେ ଏହି ନାମ ଘୋଷଣା କରାଯାଇଛି। ଦଳ ଭୁପେନ୍ଦ୍ର ସିଂ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ଦାୟିତ୍ଵ ଦେଇଛି।

ଉତ୍ତରପ୍ରଦେଶରେ ବିଜେପିର ନୂତନ ରାଜ୍ୟ ସଭାପତିଙ୍କ ବିଷୟରେ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଥିଲା। ଏହି ସମୟରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଦୀନେଶ ଶର୍ମା, ଶ୍ରୀକାନ୍ତ ଶର୍ମା, ବସ୍ତି ସାଂସଦ ହରିଶ ଦ୍ୱିବେଦୀ, କନୌଜ ସାଂସଦ ସୁବ୍ରତ ପାଠକ ଏବଂ କେନ୍ଦ୍ର ମନ୍ତ୍ରୀ ବି.ଏଲ୍ ବର୍ମାଙ୍କ ନାମ ଚର୍ଚ୍ଚା ହେଉଥିଲା। କିନ୍ତୁ ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଶେଷରେ ବିଜେପି ଏଠାରେ ଦଳର ନୂତନ ସଭାପତି ଘୋଷଣା କରିଛି।

Related posts