ପ୍ରାରମ୍ଭିକ ଭାବରେ ପାକିସ୍ତାନ ବିଶ୍ବକପ୍ ଦଳରେ ସାମିଲ ହୋଇ ନଥିବା ପେସ୍ ବୋଲର ମହମ୍ମଦ ଆମିରଙ୍କୁ ଆଜି ଦଳରେ ସାମିଲ କରାଯାଇଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆରେ ପାକିସ୍ତାନୀ ପେସ୍ ବିଭାଗ ସମ୍ପୂର୍ଣ୍ଣ ବିଫଳ ହେବା ସହିତ ୩୫୦ରୁ ଅଧିକ ରନ୍ ବ୍ୟୟ କରିବା ପରେ ମ୍ୟାନେଜମେଣ୍ଟ ଆମିରଙ୍କୁ ଦଳରେ ସାମିଲ କରିବାର ନିଷ୍ପତ୍ତି ନେଇଛି । ମିଳିମିଳାରେ ପୀଡିତ ଆମିର ଲଣ୍ଡନରେ ବର୍ତ୍ତମାନ ଚିକିତ୍ସାଧୀନ ରହିଥିଲେ ମଧ୍ୟ ଆମିରଙ୍କ ଉପରେ ଭରସା ଜାହିର କରିଛନ୍ତି ଅଧିନାୟକ ସର୍ଫରାଜ ଅହମ୍ମଦ ଏବଂ କୋଚ୍ ମିକି ଆର୍ଥର । ସୂଚନାଯୋଗ୍ୟ ଯେ, ପ୍ରାରମ୍ଭିକ ଭାବରେ ଆମିରଙ୍କୁ ବାଦ ଦେବା ନିଷ୍ପତ୍ତିକୁ ଅନେକ ପୂର୍ବତନ ଖେଳାଳି ଖୋଲାଖୋଲି ସମାଲୋଚନା କରିଥିଲେ ।