Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିକାକରଣ କାର୍ଯ୍ୟକ୍ରମରେ କୋର୍ବେଭାକ୍ସକୁ ‘ହେଟେରେଲୋଗସ ପ୍ରିକସନ’ ଡୋଜ ଭାବେ କରାଗଲା ସାମିଲ
ଆଜିର ଖବର

ଟିକାକରଣ କାର୍ଯ୍ୟକ୍ରମରେ କୋର୍ବେଭାକ୍ସକୁ ‘ହେଟେରେଲୋଗସ ପ୍ରିକସନ’ ଡୋଜ ଭାବେ କରାଗଲା ସାମିଲ

August 27, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତରେ ୨୧୧ କୋଟିରୁ ଅଧିକ କୋଭିଡ ଟିକା ଲୋକଙ୍କୁ ଦିଆଯିବା ସହିତ ଦେଶ ଟିକାକରଣ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏ ସମ୍ପର୍କରେ ସୂଚନାଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଣ୍ଣାୟାତ୍ମକ ଓ ପ୍ରଗତିଶୀଳ ନେତୃତ୍ୱ ବଳରେ ଦେଶର ମିଳିତ ଇଚ୍ଛାଶକ୍ତି ଦ୍ୱାରା ଜନ ଭାଗିଦାରୀ ମାଧ୍ୟମରେ ଭାରତ ଏହି ସଫଳତା ଅର୍ଜନ କରିଛି ।

୨୦୨୨ ଜୁଲାଇ ୧୩ତାରିଖରେ ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ରେ କହିଥିଲେ ଯେ, “କୋଭିଡ-୧୯ର ମୁକାବିଲାରେ ଟିକାଦାନ ଏକ ସଫଳ ମାଧ୍ୟମ। ଆଜିର କ୍ୟାବିନେଟ ନିଷ୍ପତ୍ତି ଭାରତର ଟିକାକରଣ ପ୍ରକ୍ରିୟାକୁ ବଢାଇବା ସହିତ ଏକ ସୁସ୍ଥ ଭାରତ ଗଠନର ସହାୟକ ହେବ।”

“କୋଭିଡ ଟିକାକରଣ ଅମୃତ ମହୋତ୍ସବ” ଦେଶରେ ୨୦୨୨ ଜୁଲାଇ ୧୫ତାରିଖରେ ଆରମ୍ଭ ହୋଇଥିଲା। ଜାତୀୟ କୋଭିଡ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସଫଳ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କାଳରେ ଲୋକଙ୍କୁ ପ୍ରିକସନ ବା ବୁଷ୍ଟର ଭାବେ ଏହି ପ୍ରିକସନ ଡୋଜ ୧୮ବର୍ଷ ବୟସରୁ ଅଧିକ ଲୋକମାନଙ୍କୁ ପ୍ରଦାନ କରାଯାଇଛି। ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାମାସ (ସେପ୍ଟେମ୍ବର) ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆଜି ଏହି ଅଭିଯାନ ୪୨ ଦିନରେ ପ୍ରବେଶ କରିଛି । ଏଯାଏ ୧୪.୭ କୋଟି ପ୍ରିକସନ ଡୋଜ ଲୋକଙ୍କୁ ଦିଆଯାଇଛି। ସେଥିମଧ୍ୟରେ ଏହି ଅଭିଯାନ କାଳରେ ଅତିରିକ୍ତ ୯.୬କୋଟି ପ୍ରିକସନ ଡୋଜ ପ୍ରଦାନ କରାଯାଇଛି।

ଆହୁରି ମଧ୍ୟ ଦୈନିକ ହାରାହାରି ଟିକା ପ୍ରଦାନ (ଡୋଜ ସଂଖ୍ୟା) ୨୭.୭୭ ଲକ୍ଷକୁ ବୃଦ୍ଧି ପାଇଛି। ଅଭିଯାନର ଆରମ୍ଭ ପୂର୍ବରୁ ଏହି ଦୈନିକ ଡୋଜ ପ୍ରଦାନ ହାର ଥିଲା ୧୧. ୪ଲକ୍ଷ। ଏଥିରେ ହାରାହାରି ଦୈନିକ ପ୍ରିକସନ ଡୋଜ ପ୍ରଦାନ ସଂଖ୍ୟା ୨୨ଲକ୍ଷରେ ପହଞ୍ଚିଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏନ୍ଟିଏଜିର ସୁପାରିଶ କ୍ରମେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ‘କୋର୍ବେଭାକ୍ସ’କୁ ହେଟରଲୋଗସ ପ୍ରିକସନ ଡୋଜ ଭାବେ ସାମିଲ କରାଯାଇଛି। ଏହା କୋଭାସିଲ୍ଡ ଓ କୋଭାକ୍ସିନର ସମଜାତୀୟ ନ ହେଲେ ମଧ୍ୟ ବିଶେଷଜ୍ଞ କମିଟିର ସୁପାରିସ ଅନୁସାରେ ଏହା ବୁଷ୍ଟର ଡୋଜଭାବେ ବ୍ୟବହୃତ ହେଉଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆବଶ୍ୟକତା ଅନୁସାରେ ବୁଷ୍ଟର ଡୋଜ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି ଏବଂ ଏହି ଟିକାର ଅଭାବ ନାହିଁ। ଏବେ ଦ୍ୱିତୀୟ ଡୋଜ ଟିକା ନେବାର ୨୬ ସପ୍ତାହ ବା ୬ମାସ ପରେ ବୁଷ୍ଟର ଡୋଜ ନେଇ ହେବ।

କେନ୍ଦ୍ର ସରକାରଙ୍କ ‘କୋଭିଡ ଟିକାଦାନ ଅମୃତ ମହୋତ୍ସବ ଜନ ଅଭିଯାନ’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି। ଏହି ପ୍ରକ୍ରିୟାରେ ଜନସାଧାରଣଙ୍କୁ ବିପୁଳ ଭାବେ ସାମିଲ କରାଯାଉଛି। ସମଗ୍ର ଦେଶରେ ଏଥିପାଇଁ ୮, ୮୬, ୫୮୫ ସ୍ୱତନ୍ତ୍ର ଟିକାଦନା କେନ୍ଦ୍ର ଖୋଲାଯାଇଛି। ସେଥିମଧ୍ୟରୁ ରେଳଷ୍ଟେସନରେ ୪୦୫୨, ବସ୍ ଷ୍ଟାଣ୍ଡରେ ୮୭୭୬, ବିମାନବନ୍ଦରରେ ୩୬୭, ସ୍କୁଲ ଓ କଲେଜରେ ୧, ୧୧, ୭୦୦, ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇଥିବା ରାସ୍ତାରେ ୪୬୫୪ ଓ ଅନ୍ୟାନ୍ୟ ସ୍ଥାନରେ ୭, ୫୭, ୦୩୬ଟି ଟିକାଦାନ କେନ୍ଦ୍ର ଅନ୍ତର୍ଭୁକ୍ତ। ଚାରିଧାମ ଯାତ୍ରା ବାଟରେ ଉତ୍ତରାଖଣ୍ଡ, ଅମରନାଥ ଯାତ୍ରା ପାଇଁ ଜାମ୍ମୁ ଓ କାଶ୍ମୀର, କାଉଡିଆ ଯାତ୍ରା ନିମନ୍ତେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମେଳା ମହୋତ୍ସବ ସ୍ଥଳରେ ସ୍ୱତନ୍ତ୍ର ଟିକାଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରଙ୍କ ବ୍ୟାପକ ଜନୁ ସଚେତନତା ଅଭିଯାନ ଫଳରେ ଦେଶବ୍ୟାପୀ କୋଭିଡ ବୁଷ୍ଟର ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଏହି ସ୍ୱତନ୍ତ୍ର ଟିକାଦାନ ଅଭିଯାନକୁ ନିବିଡଭାବେ ନିରୀକ୍ଷଣ କରୁଛନ୍ତି। ତାଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କ ସହ ଉଚ୍ଚସ୍ତରୀୟ ବୈଠକମାନ ନିୟମିତ ଆୟୋଜନ କରାଯାଇ ଟିକାଦାନ ଅଭିଯାନର ପ୍ରଗତି ସମୀକ୍ଷା କରାଯାଉଛି। ଏଥିରେ ସମ୍ପୃକ୍ତ ପ୍ରାଦେଶିକ ସରକାର ଓ ପ୍ରଶାସନକୁ ଟିକାଦାନ ସମ୍ପର୍କରେ ଆବଶ୍ୟକ ଦିଗ୍ଦର୍ଶନ ଦିଆଯାଉଛି। ଏହି ପ୍ରକ୍ରିୟାକୁ ଅଧିକ ସଫଳ ଓ ସୁସଂହତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯଥାସମ୍ଭବ ଯୋଗାଇ ଦେଉଛନ୍ତି। ତମାଦି(ସମୟ ଅତିକ୍ରାନ୍ତ) କୋଭିଡ ଟିକା ଯେପରି ଲୋକଙ୍କୁ ଦିଆ ନ ଯାଏ ସେଥିପାଇଁ ବିଶେଷ ନଜର ରଖିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ମଧ୍ୟ ତୀକ୍ଷ୍ମଣ ନଜର ରଖାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୮ ରେ ବିଧାନସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନପିଏସ ଶିକ୍ଷକ ସଙ୍ଘ

September 2, 2025

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା

September 2, 2025

ଡିଏଫପିଡି ସଚିବଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ସଚିବଙ୍କ ସହିତ ବୈଠକ

September 2, 2025

ଏସଏଚଜି ମହିଳାଙ୍କ ପାଇଁ ଉପରେ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ

September 2, 2025
Latest News

ସେପ୍ଟେମ୍ବର ୧୮ ରେ ବିଧାନସଭା ଘେରିବ ମିଳିତ ସରକାରୀ ମାଧ୍ୟମିକ ଏନପିଏସ ଶିକ୍ଷକ ସଙ୍ଘ

September 2, 2025

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା

September 2, 2025

ଡିଏଫପିଡି ସଚିବଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟ ସଚିବଙ୍କ ସହିତ ବୈଠକ

September 2, 2025

ଏସଏଚଜି ମହିଳାଙ୍କ ପାଇଁ ଉପରେ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ

September 2, 2025

ରେଳ କର୍ମଚାରୀଙ୍କୁ ମିଳିବ ଅଧିକ ବୀମା ଲାଭ: ଏସବିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

September 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.