Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ଓଡିଶାରୁ ଜଣେ ମାତ୍ର ଶିକ୍ଷକ ପାଇବେ ରାଷ୍ଟ୍ରପତି ପୁରସ୍କାର, ଜାଣନ୍ତୁ ସେ କିଏ
ଆଜିର ଖବର

ଏଥର ଓଡିଶାରୁ ଜଣେ ମାତ୍ର ଶିକ୍ଷକ ପାଇବେ ରାଷ୍ଟ୍ରପତି ପୁରସ୍କାର, ଜାଣନ୍ତୁ ସେ କିଏ

August 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଥର ଓଡିଶାରୁ ଜଣେ ମାତ୍ର ଶିକ୍ଷକ ପାଇବେ ରାଷ୍ଟ୍ରପତି ପୁରସ୍କାର, ଜାଣନ୍ତୁ ସେ କିଏ

ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ନାମ ପ୍ରକାଶିତ ହୋଇଛି। ବର୍ତ୍ତମାନ ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ସଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ।

ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷକତା ବୃତ୍ତି ପ୍ରତି ଶ୍ରୀ ନାୟକଙ୍କର ନିଷ୍ଠା ଓ ସାମାଜିକ କର୍ତ୍ତବ୍ୟବୋଧର ଉଚ୍ଚପ୍ରଶଂସା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ନିମାପଡ଼ା ତଥା ସମଗ୍ର ରାଜ୍ୟ ତାଙ୍କ ପାଇଁ ଗୌରବାନ୍ୱିତ ବୋଲି ଉଲ୍ଲେଖ କରିଛନ୍ତି ।

ଶ୍ରୀ ନାୟକ ପୂର୍ବରୁ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ନିକଟରେ ତାଙ୍କର ଲିଖିତ ପୁସ୍ତକକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସା ମିଳିଛି । ନିଜ ଗ୍ରାମ ବାଙ୍ଗୁରୁଷପାଟଣାରେ ସେ ଷ୍ଟୁଣ୍ଡେଣ୍ଟ ନଲେଜ ସେଣ୍ଟର ଓ ଲାଇବ୍ରେରୀ ପ୍ରତିଷ୍ଠା କରିଛନ୍ତି । ଏହି ନଲେଜ ସେଣ୍ଟରରେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ କମ୍ପୁ୍ୟଟର ଶିକ୍ଷା ପ୍ରଦାନ କରାଯାଉଛି ।

ପ୍ରକାଶଯୋଗ୍ୟ ଯେ ଦେଶର ୪୬ ଜଣ କୃତୀ ଶିକ୍ଷକ ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ନାୟକ ମହାମହିମ ରାଷ୍ଟ୍ରପତିଙ୍କଠାରୁ ଆସନ୍ତା ସେପେଫମ୍ବର ୫ ତାରିଖ ଦିନ ଏହି ପୁରସ୍କାର ଗ୍ରହଣ କରିବେ ।

ଗୁରୁଦିବସ ନିମାପଡା ରାଷ୍ଟ୍ରପତି ପୁରସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026

ଟିଏମସିର ନିର୍ବାଚନୀ ଚିହ୍ନ ଫ୍ରିଜ୍

September 17, 2026
Latest News

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026

ସେପ୍ଟେମ୍ବର ୧୮ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.