ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୮୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୬୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୬
ବରଗଡ ଜିଲ୍ଲାରୁ- ୯
ଭଦ୍ରକ ଜିଲ୍ଲାରୁ- ୧
ବଲାଙ୍ଗୀରି ଜିଲ୍ଲାରୁ- ୧୧
ବୌଦ୍ଧ ଜିଲ୍ଲାରୁ- ୧୨
କଟକ ଜିଲ୍ଲାରୁ- ୨୫
ଦେବଗଡ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୩
ଯାଜପୁର ଜିଲ୍ଲାରୁ- ୪
ଝାରସୁଗୁଡା ଜିଲ୍ଲାରୁ- ୨
କଳାହାଣ୍ଡି ଜିଲ୍ଲାରୁ- ୮
କନ୍ଧମାଳ ଜିଲ୍ଲାରୁ- ୭
କେନ୍ଦୁଝର ଜିଲ୍ଲାରୁ- ୪
ଖୋର୍ଦ୍ଧା ଜିଲ୍ଲାରୁ- ୬୦
କୋରାପୁଟ ଜିଲ୍ଲାରୁ- ୪
ମୟୂରଭଞ୍ଜ ଜିଲ୍ଲାରୁ- ୬
ନବରଙ୍ଗପୁର ଜିଲ୍ଲାରୁ- ୩
ନୟାଗଡ ଜିଲ୍ଲାରୁ- ୭
ନୂଆପଡା ଜିଲ୍ଲାରୁ- ୧୦
ପୁରୀ ଜିଲ୍ଲାରୁ- ୯
ସମ୍ବଲପୁର ଜିଲ୍ଲାରୁ- ୧୧
ସୋନପୁର ଜିଲ୍ଲାରୁ- ୫
ସୁନ୍ଦରଗଡ ଜିଲ୍ଲାରୁ- ୬୬
ଷ୍ଟେଟ ପୁଲରୁ- ୧୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୬ ହଜାର ୬୭୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୫ ହଜାର ୪୫୯ ଏବଂ ବର୍ତ୍ତମାନ ୧୯୮୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।