ଗୁପ୍ତଚର ବୃତ୍ତି ଅଭିଯୋଗରେ ପୂର୍ବତନ ସିଆଇଏ ଏଜେଣ୍ଟଙ୍କୁ ୨୦ ବର୍ଷ ଜେଲ୍‌

Published: May 18, 2019, 12:13 pm IST
kevin mallory sentenced to 20yrs

ଆମେରିକୀୟ ଗୁଇନ୍ଦା ବିଭାଗ (ସିଆଇଏ) ର ଜନୈକ ପୂର୍ବତନ ଅଧିକାରୀଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପୂର୍ବତନ ଅଧିକାରୀ କେଭିନ୍‌ ମେଲୋରୀ ସୁରକ୍ଷା ତଥ୍ୟ ବିକ୍ରି ଅଭିଯୋଗରେ ଏହି ଦଣ୍ଡ ପାଇଛନ୍ତି। ୨୫ ହଜାର ଡଲାର ବିନିମୟରେ ଚୀନ୍‌କୁ ସୁରକ୍ଷାଭିତ୍ତିକ ତଥ୍ୟ ବିକ୍ରି ଅଭିଯୋଗରେ ଶୁକ୍ରବାର ଫେଡେରାଲ୍‌ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଚୀନ୍‌ ନିମନ୍ତେ ଗୁପ୍ତଚର ବୃତ୍ତି ଅଭିଯୋଗରେ ୬୨ ବର୍ଷୀୟ ମେଲୋରୀଙ୍କୁ ଆଟର୍ଣ୍ଣି ଜେନେରାଲ ଜନ୍‌ ଡିମରସ୍‌ ଦଣ୍ଡ ଘୋଷଣା କରିଛନ୍ତି। ଫେଡେରାଲ୍‌ ଜୁରୀ ଜୁନ୍‌ ୨୦୧୮ରେ ମେଲୋରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Related posts