Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ୨୫ରୁ ଅଧିକ ସହରରେ ‘ଚାମ୍ପିୟନ୍ ମାନଙ୍କୁ ଭେଟନ୍ତୁ’ କାର୍ଯ୍ୟକ୍ରମ
ଆଜିର ଖବର

ଆଜିଠାରୁ ୨୫ରୁ ଅଧିକ ସହରରେ ‘ଚାମ୍ପିୟନ୍ ମାନଙ୍କୁ ଭେଟନ୍ତୁ’ କାର୍ଯ୍ୟକ୍ରମ

August 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜିଠାରୁ ଭାରତରେ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ
ଆଜିଠାରୁ ଭାରତରେ ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ

ଦିଲ୍ଲୀ: ଆସନ୍ତା କାଲି, ୨୯ ଅଗଷ୍ଟରେ ଜାତୀୟ କ୍ରୀଡା ଦିବସ ଅବସରରେ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (ଏମ୍‌ୱାଇଏଏସ୍‌) ସାରା ଦେଶରେ ୨୬ଟି ସ୍କୁଲ୍ ଗୁଡିକରେ ‘ମିଟ୍ ଦ ଚାମ୍ପିଅନ୍‌’ (‘ଚାମ୍ପିଅନ୍ ମାନଙ୍କୁ ଭେଟନ୍ତୁ’) ପଦକ୍ଷେପର ଆୟୋଜନ କରିବ ।

ରାଜ୍ୟ ଗୋଷ୍ଠୀ କ୍ରୀଡା (ସିଡବ୍ଲ୍ୟୁଜି) ଏବଂ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସ୍ୱର୍ଣ୍ଣ ପଦକ ବିଜେତା ନିଖତ୍ ଜରୀନ୍‌, ପାରାଅଲମ୍ପିକ୍ସ ଏବଂ ରାଜ୍ୟ ଗୋଷ୍ଠୀ କ୍ରୀଡା (ସିଡବ୍ଲ୍ୟୁଜି)ର ପଦକ ବିଜେତା ଭାବନା ପଟେଲ୍‌, ଟୋକିଓ ଅଲମ୍ପିକ୍ସ ଏବଂ ସିଡବ୍ଲ୍ୟୁଜି ପଦକ ବିଜେତା ମନପ୍ରୀତ୍ ସିଂହଙ୍କ ଭଳି କିଛି ପ୍ରମୁଖ କ୍ରୀଡାବିତ୍ ଏହି ପଦକ୍ଷେପର ଅଂଶ ବିଶେଷ ହେବେ ।

‘ମିଟ୍ ଦି ଚାମ୍ପିଅନ୍‌’ ଏକ ବିଶେଷ ସ୍କୁଲ୍ ପରିଦର୍ଶନ ଅଭିଯାନ ଅଟେ, ଯାହାକୁ ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଗତ ବର୍ଷ ଡିସେମ୍ବର ମାସରେ ଆରମ୍ଭ କରିଥିଲେ ଏବଂ ଗତ କିଛି ମାସ ମଧ୍ୟରେ ଦେଶର ବିଭିନ୍ନ ଅଂଚଳ ଗୁଡିକରେ ଏହା ପହଂଚି ସାରିଛି । ସ୍କୁଲ୍ ପରିଦର୍ଶନ ସମୟରେ, ଚାମ୍ପିଅନ୍ କ୍ରୀଡାବିତ୍ ନିଜର ଅନୁଭବ, ଜୀବନର ଶିକ୍ଷା ଏବଂ କିପରି ସଠିକ୍ ଭାବରେ ଉଚିତ୍ ଖାଦ୍ୟ ଖାଇବେ ସେ ସମ୍ପର୍କରେ କହିଥାନ୍ତି ଏବଂ ସ୍କୁଲ୍ ପିଲା ମାନଙ୍କୁ ସାମଗ୍ରିକ ରୂପରେ ପ୍ରେରଣାଦାୟୀ ପ୍ରୋତ୍ସାହାନ ଦେଇଥାନ୍ତି ।

ଜାତୀୟ କ୍ରୀଡା ଦିବସ ଅବସର ସହିତ ଏବଂ ହକିର ପ୍ରମୁଖ ହସ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ରୂପରେ, ଭାରତୀୟ ଖେଳ ପ୍ରାଧିକରଣ (ଏସ୍‌ଏଆଇ) ଏବେ ସେହି କ୍ରୀଡାବିତ୍ ମାନଙ୍କୁ ଏଥିରେ ସାମିଲ୍ କରିବାର ପଦକ୍ଷେପକୁ ବ୍ୟାପକ କରିଛନ୍ତି, ଯେଉଁମାନେ ନିକଟରେ ଶେଷ ହୋଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା (ସିଡବ୍ଲ୍ୟୁଜି) ଏବଂ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଅଂଶ ଗ୍ରହଣ କରିଥିଲେ ।

ଭାରତୀୟ କ୍ରୀଡା ପ୍ରାଧିକରଣ ମଧ୍ୟ ଏହି ବର୍ଷର ଜାତୀୟ କ୍ରୀଡା ଦିବସକୁ ଫିଟ୍ ଇଣ୍ଡିଆ ଅଭିଯାନର ଅଂଶ ବିଶେଷ ଭାବରେ, ଏକ ସମାବେଶୀ ଏବଂ ସୁସ୍ଥ ସମାଜ ନିମନ୍ତେ ଖେଳର ଥିମ୍ (ବିଷୟ ବସ୍ତୁ) ସହିତ ଅଖିଳ ଭାରତୀୟ ସ୍ତରରେ କ୍ରୀଡା ଆୟୋଜନ ମାଧ୍ୟମରେ ପାଳନ କରିବ । ଖେଳ ଇଭେଂଟ ଗୁଡିକ ବିଭିନ୍ନ ସ୍ତର ଗୁଡିକ ନିମନ୍ତେ ଆୟୋଜିତ କରା ଯାଇଥାଏ, ଯେଉଁଥିରେ ବିଭିନ୍ନ ବୟସର ଲୋକ ମାନଙ୍କ ପାଇଁ ଏବଂ ଜୀବନର ସମସ୍ତ କ୍ଷେତ୍ର ନିମନ୍ତେ ପେଶାଦାର ଏବଂ ମନୋରଞ୍ଜନ ଉଭୟ ପ୍ରକାରର କାର୍ଯ୍ୟକ୍ରମ ସାମିଲ୍ ଅଟେ ।

ସନ୍ଧ୍ୟା ସମୟରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ  କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ ଦେଶର କିଛି କ୍ରୀଡା ସମ୍ପର୍କିତ ଏବଂ ଫିଟ୍ ଇଣ୍ଡିଆ ଫିଟ୍‌ନେସ୍ ଆଇକନ୍ ମାନଙ୍କ ସହିତ ଭାରତରେ ଫିଟ୍‌ନେସ୍ ଏବଂ କ୍ରୀଡାର ମହତ୍ୱ ସମ୍ପର୍କରେ ଆଭାସୀ ରୂପରେ ବିଶେଷ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଜାତୀୟ କ୍ରୀଡା ଦିବସ ପ୍ରଧାନମନ୍ତ୍ରୀ ମୋଦୀ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.