Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଜ୍ଞାଙ୍କୁ ଦଳରୁ ବାହାର କରି ବିଜେପି ନିଜର ରାଜଧର୍ମ ନିଭାଇବା ଉଚିତ୍‌ : କୈଳାସ ସତ୍ୟାର୍ଥୀ
ଆଜିର ଖବର

ପ୍ରଜ୍ଞାଙ୍କୁ ଦଳରୁ ବାହାର କରି ବିଜେପି ନିଜର ରାଜଧର୍ମ ନିଭାଇବା ଉଚିତ୍‌ : କୈଳାସ ସତ୍ୟାର୍ଥୀ

May 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BJP leadership must immediately remove Prangya from the party and follow raj dharma : Kalisha styarthi
BJP leadership must immediately remove Prangya from the party and follow raj dharma : Kalisha styarthi

ବିଜେପି ନେତା ସାଧ୍ବୀ ପ୍ରଜ୍ଞା ଗଡ୍‌ସେଙ୍କୁ ଦେଶଭକ୍ତ କହି ବିବାଦୀୟ ବୟାନ ଦେଇଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନୋବେଲ୍‌ ପୁରସ୍କାର ବିଜେତା ତଥା ସମାଜସେବକ କୈଳାଶ ସତ୍ୟାର୍ଥୀ । କୈଳାସ ପ୍ରଜ୍ଞାଙ୍କୁ କଡ଼ା ସମାଲୋଚନା କରି ପ୍ରଜ୍ଞା ଗାନ୍ଧିଜୀଙ୍କ ଆତ୍ମାକୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି । ଭାରତୀୟ ଜନତା ପାର୍ଟି ଏପରି ବିବାଦୀୟ ବୟାନ ଦେଇଥିବା ପ୍ରଜ୍ଞାଙ୍କୁ ନିଜ ଦଳରୁ ବାହାର କରି ରାଜଧର୍ମ ନିଭାଇବା ଉଚିତ୍‌ ବୋଲି କୈଳାସ ନିଜ ବୟାନରେ କହିଛନ୍ତି । କୈଳାସ ଆହୁରି ମଧ୍ୟ କହିଛନ୍ତି ଯେ, ଗଡ୍‌ସେ ଗାନ୍ଧିଙ୍କର ଶରୀରକୁ ହତ୍ୟା କରିଥିଲେ, କିନ୍ତୁ ପ୍ରଜ୍ଞାଙ୍କ ଭଳି ଲୋକମାନେ ତାଙ୍କ ଆତ୍ମାକୁ ହତ୍ୟା କରୁଛନ୍ତି । ଅହିଂସା, ଶାନ୍ତି, ସହିଷ୍ଣୁତା ଓ ଭାରତର ଆତ୍ମାକୁ ହତ୍ୟା କରୁଛନ୍ତି । ଗାନ୍ଧିଜୀ ସବୁ ସତ୍ତା ଓ ରାଜନୀତିଠାରୁ ବହୁ ଉର୍ଦ୍ଧ୍ବରେ । ବିଜେପି ଏପରି ବୟାନବାଜି କରିଥିବା ପ୍ରଜ୍ଞାଙ୍କୁ ଦଳରୁ ନିଲମ୍ବିତ କରି ନିଜର ରାଜ ଧର୍ମ ନିଭାଇବା ଉଚିତ୍‌ ବୋଲି କୈଳାସ କହିଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଭୋପାଳର ଲୋକସଭା ଆସନରେ ସାଧ୍ବୀ ପ୍ରଜ୍ଞାଙ୍କୁ ନିର୍ବାଚନରେ ଠିଆ କରାଯାଇଛି । ସକ୍ରିୟ ରାଜନୀତିରେ ଯୋଗଦାନ ଦେବାଠାରୁ ପ୍ରଜ୍ଞା ବିବାଦୀୟ ବୟାନ ଦେଇ ଆସୁଥିଲେ । ତେବେ କମଲ ହାସନଙ୍କ ଗଡ୍‌ସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୟାନବାଜି ପରେ ପ୍ରଜ୍ଞା ତାଙ୍କୁ କଟାକ୍ଷ କରି ଗଡ୍‌ସେଙ୍କୁ ଦେଶଭକ୍ତ କହିବା ସହିତ ତାଙ୍କୁ ଯେଉଁମାନେ ଆତଙ୍କବାଦୀ ବୋଲି କହୁଛନ୍ତି ପ୍ରଥମେ ସେମାନେ ନିଜକୁ ଝାଙ୍କି ଦେଖିବା ଦରକାର ବୋଲି କହିଥିଲେ । ତେବେ ପ୍ରଜ୍ଞାଙ୍କ ଏପରି ବିବାଦୀୟ ବୟାନ ପରେ ବିଜେପି ପ୍ରଜ୍ଞାଙ୍କୁ କ୍ଷମା ମାଗିବାକୁ କହିଥିଲେ । ପରେ ପ୍ରଜ୍ଞା ଏହି ମାମଲା ପାଇଁ କ୍ଷମା ଯାଚନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025
Latest News

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.