Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଜ୍ଞାଙ୍କୁ ଦଳରୁ ବାହାର କରି ବିଜେପି ନିଜର ରାଜଧର୍ମ ନିଭାଇବା ଉଚିତ୍‌ : କୈଳାସ ସତ୍ୟାର୍ଥୀ
ଆଜିର ଖବର

ପ୍ରଜ୍ଞାଙ୍କୁ ଦଳରୁ ବାହାର କରି ବିଜେପି ନିଜର ରାଜଧର୍ମ ନିଭାଇବା ଉଚିତ୍‌ : କୈଳାସ ସତ୍ୟାର୍ଥୀ

May 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BJP leadership must immediately remove Prangya from the party and follow raj dharma : Kalisha styarthi
BJP leadership must immediately remove Prangya from the party and follow raj dharma : Kalisha styarthi

ବିଜେପି ନେତା ସାଧ୍ବୀ ପ୍ରଜ୍ଞା ଗଡ୍‌ସେଙ୍କୁ ଦେଶଭକ୍ତ କହି ବିବାଦୀୟ ବୟାନ ଦେଇଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନୋବେଲ୍‌ ପୁରସ୍କାର ବିଜେତା ତଥା ସମାଜସେବକ କୈଳାଶ ସତ୍ୟାର୍ଥୀ । କୈଳାସ ପ୍ରଜ୍ଞାଙ୍କୁ କଡ଼ା ସମାଲୋଚନା କରି ପ୍ରଜ୍ଞା ଗାନ୍ଧିଜୀଙ୍କ ଆତ୍ମାକୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି । ଭାରତୀୟ ଜନତା ପାର୍ଟି ଏପରି ବିବାଦୀୟ ବୟାନ ଦେଇଥିବା ପ୍ରଜ୍ଞାଙ୍କୁ ନିଜ ଦଳରୁ ବାହାର କରି ରାଜଧର୍ମ ନିଭାଇବା ଉଚିତ୍‌ ବୋଲି କୈଳାସ ନିଜ ବୟାନରେ କହିଛନ୍ତି । କୈଳାସ ଆହୁରି ମଧ୍ୟ କହିଛନ୍ତି ଯେ, ଗଡ୍‌ସେ ଗାନ୍ଧିଙ୍କର ଶରୀରକୁ ହତ୍ୟା କରିଥିଲେ, କିନ୍ତୁ ପ୍ରଜ୍ଞାଙ୍କ ଭଳି ଲୋକମାନେ ତାଙ୍କ ଆତ୍ମାକୁ ହତ୍ୟା କରୁଛନ୍ତି । ଅହିଂସା, ଶାନ୍ତି, ସହିଷ୍ଣୁତା ଓ ଭାରତର ଆତ୍ମାକୁ ହତ୍ୟା କରୁଛନ୍ତି । ଗାନ୍ଧିଜୀ ସବୁ ସତ୍ତା ଓ ରାଜନୀତିଠାରୁ ବହୁ ଉର୍ଦ୍ଧ୍ବରେ । ବିଜେପି ଏପରି ବୟାନବାଜି କରିଥିବା ପ୍ରଜ୍ଞାଙ୍କୁ ଦଳରୁ ନିଲମ୍ବିତ କରି ନିଜର ରାଜ ଧର୍ମ ନିଭାଇବା ଉଚିତ୍‌ ବୋଲି କୈଳାସ କହିଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଭୋପାଳର ଲୋକସଭା ଆସନରେ ସାଧ୍ବୀ ପ୍ରଜ୍ଞାଙ୍କୁ ନିର୍ବାଚନରେ ଠିଆ କରାଯାଇଛି । ସକ୍ରିୟ ରାଜନୀତିରେ ଯୋଗଦାନ ଦେବାଠାରୁ ପ୍ରଜ୍ଞା ବିବାଦୀୟ ବୟାନ ଦେଇ ଆସୁଥିଲେ । ତେବେ କମଲ ହାସନଙ୍କ ଗଡ୍‌ସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୟାନବାଜି ପରେ ପ୍ରଜ୍ଞା ତାଙ୍କୁ କଟାକ୍ଷ କରି ଗଡ୍‌ସେଙ୍କୁ ଦେଶଭକ୍ତ କହିବା ସହିତ ତାଙ୍କୁ ଯେଉଁମାନେ ଆତଙ୍କବାଦୀ ବୋଲି କହୁଛନ୍ତି ପ୍ରଥମେ ସେମାନେ ନିଜକୁ ଝାଙ୍କି ଦେଖିବା ଦରକାର ବୋଲି କହିଥିଲେ । ତେବେ ପ୍ରଜ୍ଞାଙ୍କ ଏପରି ବିବାଦୀୟ ବୟାନ ପରେ ବିଜେପି ପ୍ରଜ୍ଞାଙ୍କୁ କ୍ଷମା ମାଗିବାକୁ କହିଥିଲେ । ପରେ ପ୍ରଜ୍ଞା ଏହି ମାମଲା ପାଇଁ କ୍ଷମା ଯାଚନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.