![](https://thesamikhsya.com/odia/wp-content/uploads/2021/08/Anna-Hazare.jpg)
ନୂଆଦିଲ୍ଲୀ: ଦିଲ୍ଲୀରେ ଏକ୍ସାଇଜ୍ ପଲିସିର ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଥିବା ଆମ୍ ଆଦମୀ ପାର୍ଟି ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆନ୍ନା ହଜାରେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଆନ୍ନା ଅବକାରୀ ସହ ଜଡିତ ସମସ୍ୟା ଏବଂ ଏହାର ପରାମର୍ଶ ଦେଇଛନ୍ତି।
ଚିଠିରେ ଆନ୍ନା ହାଜାରେ ଲେଖିଛନ୍ତି ଯେ, ‘ସ୍ୱରାଜ’ ନାମକ ପୁସ୍ତକରେ ଆପଣ କେତେ ଆଦର୍ଶ ଜିନିଷ ଲେଖିଛନ୍ତି। ସେତେବେଳେ ଆପଣଙ୍କଠାରୁ ବହୁତ ଆଶା ଥିଲା। କିନ୍ତୁ ରାଜନୀତିରେ ପ୍ରବେଶ କରିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ଲାଗୁଛି ଯେ, ଆପଣ ଆଦର୍ଶ ବିଚାରଧାରାକୁ ଭୁଲି ଯାଇଛନ୍ତି। “ସେ ଲେଖିଛନ୍ତି ଯେ, “ଯେପରି ମଦ୍ୟପାନରେ ନିଶା ହେଉଛି, ସେହିଭଳି କ୍ଷମତାର ନିଶା ମଧ୍ୟ ଅଛି। ଆପଣ ମଧ୍ୟ ଏହିପରି କ୍ଷମତା ନିଶାରେ ବୁଡି ରହିଛନ୍ତି।
ଆନ୍ନା ହାଜାରେ ଚିଠିରେ ଲେଖିଛନ୍ତି ଯେ, ଦିଲ୍ଲୀ ରାଜ୍ୟରେ ଆପଣଙ୍କ ସରକାର ଏକ ନୂତନ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। ଏଥିରୁ ଜଣାପଡୁଛି ଯେ, ମଦ ବିକ୍ରି ଏବଂ ମଦ ପିଇବା ପାଇଁ ଉତ୍ସାହିତ କରାଯାଇପାରେ। ରାସ୍ତାରେ ମଦ ଦୋକାନ ଖୋଲାଯାଇପାରେ। ଏହା ଦୁର୍ନୀତିକୁ ଉତ୍ସାହିତ କରିପାରେ। ଏହି ଜିନିଷ ଜନସାଧାରଣଙ୍କ ସ୍ୱାର୍ଥରେ ନୁହେଁ। ”
ଗାନ୍ଧୀବାଦୀ ନେତା ଲେଖିଛନ୍ତି ଯେ, “ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତିକୁ ଦେଖିଲେ ଏବେ ଜଣା ପଡିଛି ଯେ, ଏକ ଐତିହାସିକ ଆନ୍ଦୋଳନ ପରେ ଏକ ନୂଆ ଦଳ ଗଠନ ହୋଇଥିଲା, ସେହି ଦଳ ଏବେ ଅନ୍ୟ ଦଳର ପଥ ଅନୁସରଣ କରିବା ଆରମ୍ଭ କରିଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଅଟେ”