ଏୟାର ପୋର୍ଟରେ ଯୁବ ପାଇଲଟଙ୍କୁ ଦେଖି କାହିଁକି ଖୁସି ହେଲେ ଶିଳ୍ପପତି ଅନୀଲ ଅଗ୍ରୱାଲା

Published: Aug 31, 2022, 6:32 pm IST

ନୂଆଦିଲ୍ଲୀ: ନିଜ ଚ୍ୟାଟର ଫ୍ଲାଇଟରେ ଗଲା ବେଳେ ହଠାତ ବିଶ୍ବର ପ୍ରମୁଖ ଶିଳ୍ପପତି ଅନୀଲ ଅଗ୍ରଲାୱାଙ୍କ ନିକଟଙ୍କୁ ଜଣେ ଯୁବତୀ ଆସିଲେ। ବେଶ ଭୂଷାରୁ ଜଣାପଡୁଥିଲା ସେ ଜଣେ ପାଇଲଟ। ଯୁବତୀ ଜଣଙ୍କ ଅନୀଲ ଅଗ୍ରୱାଲାଙ୍କ ନିକଟକୁ ଆସି ନିଜର ପରିଚୟ ଦେଲା। ସେ କହିଲା ସାରେ ମୋ ନାମ ହେଉଛି ନେହା କାପୁର। ମୁଁ ଆପଣଙ୍କ କ୍ରାଏନ ବେଦାନ୍ତରେ କାମ କରୁଥିଲି। ଏବେ ଭଲ ପୋଜିସନରେ ଆଉ ଏକ କଂପାନୀରେ ଅଛି।

ଏହା ଶୁଣି ଶିଳ୍ପପତି ଅନୀଲ ଅଗ୍ରୱାଲା ବେଶ୍ ଖୁସି ପ୍ରକଟ କଲେ। ନେହାଙ୍କୁ କହିଲେ ତୁମକୁ ଧନ୍ୟବାଦ। କାରଣ ତୁମେ ଆମର କଂପାନୀରେ କାମ କରି ଆଜି ଉଚ୍ଚ ସ୍ଥାନକୁ ଉନ୍ନତି ହୋଇପାରିଛ। ଏ କଥା ନିଜେ ଅନୀଲ ଅଗ୍ରୱାଲା ନିଜ ସାମାଜିକ ଗଣ ମାଧ୍ୟମରେ ଲେଖି ଜଣାଛନ୍ତି। ସେ କହିଛନ୍ତି ଯେ ଆଜି ଭାରତର ଯୁବତୀମାନେ ବେଶ୍ ଆଗକୁ ଅଗ୍ରଗତି କରି ପାରିଛନ୍ତି।

ସେ କହିଛନ୍ତି ଯେ, କ୍ୟାପଟେନ ନେହାଙ୍କ ପରି ପାଇଲଟମାନେ ଆମର ଯୁବତୀମାନଙ୍କ ପାଇଁ ଆଦର୍ଶ। ତାଙ୍କର କଠିନ ପରିଶ୍ରମ ମାଧ୍ୟମରେ, ସେ ପ୍ରମାଣ କରିଛନ୍ତି ଯେ ତୁମେ ଯେତେ ଉଚ୍ଚକୁ ଚାହିଁବ ଉଡି ପାରିବ। ମୋତେ ଆହୁରି ଖୁସି କରୁଥିବା କଥାଟି ହେଉଛି ଯେ ସାରା ବିଶ୍ବରେ ଭାରତର ମହିଳା ପାଇଲଟଙ୍କ ସଂଖ୍ୟା ସର୍ବାଧିକ। ଯାହା  12.4 ପ୍ରତିଶତ।

ସେ ପୁଣି କହିଛନ୍ତି ଯେ, ଯଦି କୌଣସି ଯୁବତୀ ଏହାକୁ ପଢୁଛନ୍ତି, ମୁଁ ତୁମକୁ ତୁମର ସ୍ୱପ୍ନକୁ ସାକାର କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରୁଛି। ସେ ହିନ୍ଦିର ଏକ ଢେଗକୁ ମଧ୍ୟ ପୋଷ୍ଟ କରିଛନ୍ତି। ତାହା ହେଲାମଞ୍ଜିଲ୍ ଉନି କୋ ମିଲତି ହେ, ଜିନକୋ ହୋସଲନ୍ ମେନ୍ ଜାନ୍ ହୋତି ହେ। 

ଆମର ଛୋଟ ଝିଅମାନଙ୍କର ପିତାମାତାମାନେ ଏମାନଙ୍କ ବିଷୟରେ ସେମାନଙ୍କୁ ଜଣାନ୍ତୁ ଯେ ସେମାନେ ଯେ କୈଣସି କାର୍ଯ୍ୟ କରିପାରିବେ। ଆଉ ସଫଳତା ମଧ୍ୟ ହାସଲ କରିପାରିବେ। ହେଲେ ତାହା ଆକାଶର ସୀମା ଭିତରେ। ଶିଳ୍ପପତି ଅନୀଲଙ୍କ ଏପରି ଝିଅମାନଙ୍କର ଉପରକୁ ଉଡିବାର ପ୍ରଶଂସା କରିବାକୁ ନେଇ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି।

Related posts