ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୨୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୧
ବରଗଡ ଜିଲ୍ଲାରୁ- ୪
ଭଦ୍ରକ ଜିଲ୍ଲାରୁ- ୨
ବଲାଙ୍ଗୀରି ଜିଲ୍ଲାରୁ- ୫
ବୌଦ୍ଧ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୧୪
ଜଗତସିଂହପୁର ଜିଲ୍ଲାରୁ- ୫
ଯାଜପୁର ଜିଲ୍ଲାରୁ- ୫
ଝାରସୁଗୁଡା ଜିଲ୍ଲାରୁ- ୧
କଳାହାଣ୍ଡି ଜିଲ୍ଲାରୁ- ୭
କନ୍ଧମାଳ ଜିଲ୍ଲାରୁ- ୧
କେନ୍ଦ୍ରପଡା ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୧୦୪
କୋରାପୁଟ ଜିଲ୍ଲାରୁ- ୪
ମୟୂରଭଞ୍ଜ ଜିଲ୍ଲାରୁ- ୨
ନବରଙ୍ଗପୁର ଜିଲ୍ଲାରୁ- ୧
ନୟାଗଡ ଜିଲ୍ଲାରୁ- ୩
ନୂଆପଡା ଜିଲ୍ଲାରୁ- ୪
ପୁରୀ ଜିଲ୍ଲାରୁ- ୭
ରାୟଗଡା ଜିଲ୍ଲାରୁ- ୨
ସମ୍ବଲପୁର ଜିଲ୍ଲାରୁ- ୭
ସୋନପୁର ଜିଲ୍ଲାରୁ- ୨
ସୁନ୍ଦରଗଡ ଜିଲ୍ଲାରୁ- ୧୯
ଷ୍ଟେଟ ପୁଲରୁ- ୨୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୮ ହଜାର ୭୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୭ ହଜାର ୪୨ ଏବଂ ବର୍ତ୍ତମାନ ୧୭୯୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।