Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ, ୨୦୨୨ରେ ୧୫୨.୫ କୋଟି ଆଧାର ପ୍ରମାଣୀକରଣ
ଆଜିର ଖବର

ଜୁଲାଇ, ୨୦୨୨ରେ ୧୫୨.୫ କୋଟି ଆଧାର ପ୍ରମାଣୀକରଣ

September 2, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ସାରା ଭାରତରେ ଆଧାର ପଞ୍ଜୀକରଣ, ବ୍ୟବହାର ତଥା ଏହାକୁ ଗ୍ରହଣ କରିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଜୁଲାଇ ମାସ ଶେଷ ସୁଦ୍ଧା ଲୋକ ମାନଙ୍କ ପାଇଁ ୧୩୪.୧୧ କୋଟି ଆଧାର ନମ୍ବର ସୃଷ୍ଟି କରାଯାଇ ସାରିଛି।

ଜୁଲାଇ ମାସରେ ଲୋକ ମାନେ ୧.୪୭ କୋଟି ଆଧାରକୁ ଅଧୁନାତନ କରାଇଛନ୍ତି ଏବଂ ଏବେ ସୁଦ୍ଧା (ଜୁଲାଇ ପର୍ଯ୍ୟନ୍ତ) ଲୋକ ମାନଙ୍କର ଅନୁରୋଧ କ୍ରମେ ୬୩.୫୫ କୋଟି ଆଧାର ନମ୍ବର ସଫଳତାର ସହିତ ଅଧୁନାତନ କରା ଯାଇଛି। ଆଧାରକୁ ଅଧୁନାତନ କରିବା ନିମନ୍ତେ ଅନୁରୋଧ ଗୁଡିକ ଜନସାଂଖିକୀୟ ତଥା ବାୟୋମେଟ୍ରିକ୍ ଅଧୁନାତନ ସହିତ ସମ୍ବନ୍ଧିତ ଅଟେ, ଯାହା ଆଧାର କେନ୍ଦ୍ର ଗୁଡିକରେ କିମ୍ବା ଅନ୍ ଲାଇନ୍ ପ୍ଲାଟଫର୍ମ (ମଂଚ)କୁ ବ୍ୟବହାର କରାଯାଇ ସମ୍ପାଦିତ ହୋଇଛି।

ଜୁଲାଇ ମାସରେ ଆଧାର ମାଧ୍ୟମରେ ୧୫୨.୫ କୋଟି ପ୍ରମାଣୀକରଣ ଆଦାନପ୍ରଦାନ କରା ଯାଇଛି। ଏଗୁଡିକ ମଧ୍ୟରୁ ଅଧିକାଂଶ (୧୨୨.୫୭ କୋଟି) ମାସିକ ଆଦାନପ୍ରଦାନ ଫିଙ୍ଗର – ପ୍ରିଂଟ୍ ବାୟୋମେଟ୍ରିକ୍ ପ୍ରମାଣୀକରଣର ବ୍ୟବହାର କରା ଯାଇ ସମ୍ପାଦିତ ହୋଇଛି। ଏହା ପରେ ଜନସାଂଖିକୀୟ ପ୍ରମାଣୀକରଣ କରା ଯାଇଛି।

ଜୁଲାଇ ୨୦୨୨ ଶେଷ ସୁଦ୍ଧା ସମୁଦାୟ ୭୮୫୫.୨୪ କୋଟି ଆଧାର ପ୍ରମାଣୀକରଣ କରା ଯାଇଛି, ଯେତେବେଳେ କି ଜୁନ୍ ଶେଷ ସୁଦ୍ଧା ଏଭଳି ୭୭୦୨.୭୪ କୋଟି ଆଧାରକୁ ପ୍ରମାଣୀକରଣ କରା ଯାଇଥିଲା।

ଜୁଲାଇ ମାସରେ ୫୩ ଲକ୍ଷରୁ ଅଧିକ ଆଧାର ସୃଷ୍ଟି କରା ଯାଇଛି। ଏଗୁଡିକ ମଧ୍ୟରୁ ଅଧିକାଂଶ ୧୮ ବର୍ଷ (୦ – ୧୮ ବର୍ଷ ବୟସ୍କ)ରୁ କମ୍ ବୟସର ପିଲାଙ୍କ ନିମନ୍ତେ କରା ଯାଇଛି। ବୟସ୍କ ଲୋକ ମାନଙ୍କ କ୍ଷେତ୍ରରେ ଆଧାର ପୂର୍ଣ୍ଣତାର ସ୍ତର ଏବେ ସାର୍ବଭୌମିକ ସ୍ତରର ନିକଟତର ଅଟେ ଏବଂ ସମଗ୍ର ପୂର୍ଣ୍ଣତାର ସ୍ତର ୯୩.୪୧ ପ୍ରତିଶତ ଅଟେ। ଅତି କମ୍ରେ ୨୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ଏବେ ପୂର୍ଣ୍ଣତାର ପରିମାଣ ୯୦ ପ୍ରତିଶତରୁ ଅଧିକ ଅଟେ।

ଆଧାର, ସୁଶାସନର ଏକ ଡିଜିଟାଲ୍ ସରଂଚନା ଅଟେ। ଏହା ଉଭୟ ଜୀବନକୁ ସହଜ କରିବାରେ ଏବଂ ବ୍ୟବସାୟକୁ ସୁଗମ କରିବା କ୍ଷେତ୍ରରେ ଉତ୍ପ୍ରେରକ ଭଳି କାର୍ଯ୍ୟ କରୁଛି। ଏହି ଡିଜିଟାଲ୍ ଆଇଡି (ପ୍ରମାଣ ପତ୍ର) କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ବିଭିନ୍ନ ମନ୍ତ୍ରଣାଳୟ ତଥା ବିଭାଗ ଗୁଡିକୁ ଲକ୍ଷ୍ୟଭୁକ୍ତ ହିତାଧିକାରୀ ମାନଙ୍କୁ ଦକ୍ଷତା ମୂଳକ, ସ୍ୱଚ୍ଛତାପୂର୍ଣ୍ଣ ଏବଂ କଲ୍ୟାଣମୂଳକ ସେବା ଗୁଡିକୁ ପ୍ରଦାନ କରିବା କ୍ଷେତ୍ରରେ ପରିବର୍ତନ ଆଣିବାରେ ସହାୟତା କରି ଆସୁଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ଗୁଡିକ ଦ୍ୱାରା କାର୍ଯ୍ୟକାରୀ କରା ଯାଉଥିବା ପାଖାପାଖି ୯୦୦ ସାମାଜିକ କଲ୍ୟାଣମୂଳକ ଯୋଜନା ଗୁଡିକୁ ଏବେ ପର୍ଯ୍ୟନ୍ତ ଆଧାରକୁ ବ୍ୟବହାର କରିବା ନିମନ୍ତେ ସୂଚିତ କରା ଯାଇଛି।

ଆଧାର ପେମେଂଟ ବ୍ରିଜ୍ (ଏପିବି) ଏଲ୍ପିଜି, ମନରେଗା ତଥା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ କିମ୍ବା ଏନ୍ଏଏସ୍ପି ନିମନ୍ତେ ପ୍ରତ୍ୟେକ୍ଷ ଲାଭ ପ୍ରଦାନ ସହିତ କଲ୍ୟାଣମୂଳକ ଯୋଜନା ଗୁଡିକ ମାଧ୍ୟମରେ ଲାଭ ପହଂଚାଇବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଜୁଲାଇ ମାସରେ ହୋଇଥିବା ସମସ୍ତ ଏପିବି ଆଦାନପ୍ରଦାନ ୧୨,୫୧୧ କୋଟି ଟଙ୍କା ରହିଛି।

ତାହା ଇ – କେୱାଇସି ହେଉ କିମ୍ବା ଅନ୍ତିମ ମାଇଲ୍ ବ୍ୟାଙ୍କିଂ ପାଇଁ ଆଧାର ସକ୍ଷମ ଦେୟ ବ୍ୟବସ୍ଥା (ଏଇପିଏସ୍) କିମ୍ବା ଆଧାର ସକ୍ଷମ ଡିବିଟି ହେଉ, ଆଧାର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଡିଜିଟାଲ୍ ଇଣ୍ଡିଆର ଦୃଷ୍ଟିକୋଣକୁ ସମର୍ଥନ ଦେବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଜୁଲାଇ ମାସରେ ଆଧାର ମାଧ୍ୟମରେ କରା ଯାଇଥିବା ଇ – କେୱାଇସି ଆଦାନପ୍ରଦାନର ସଂଖ୍ୟା ୨୨.୮୪ କୋଟି ଥିଲା। ଏବେ ସୁଦ୍ଧା ଇ – କେୱାଇସି ଆଦାନପ୍ରଦାନର ସଂଚୟୀ ସଂଖ୍ୟା ଜୁନ୍ ମାସର ୧୨୨୬.୩୯ କୋଟି ତୁଳନାରେ ବୃଦ୍ଧି ପାଇ ଜୁଲାଇ ମାସରେ ୧୨୪୯. ୨୩ କୋଟି ହୋଇ ଯାଇଛି।

ଆଧାର ଧାରକଙ୍କର ସହମତିରେ ହିଁ ଇ – କେୱାଇସି ଆଦାନପ୍ରଦାନ ହୋଇଥାଏ, କେୱାଇସି ପଞ୍ଜୀକରଣ ବ୍ୟକ୍ତିଗତ କାଗଜପତ୍ର ବ୍ୟବସ୍ଥାକୁ ସମାପ୍ତ କରି ଦେଇଥାଏ, ଏଥିପାଇଁ ପ୍ରାୟତଃ ବ୍ୟକ୍ତିଗତ ଯାଂଚ ଆବଶ୍ୟକ ହୋଇଥାଏ।

ଆଧାର ସକ୍ଷମ ଦେୟ ପ୍ରଣାଳୀ (ଏଇପିଏସ୍) ଏବଂ ମାଇକ୍ରୋ ଏଟିଏମ୍ ନେଟୱର୍କ ମାଧ୍ୟମରେ ୧୫୦୭ କୋଟିରୁ ଅଧିକ ଅନ୍ତିମ ମାଇଲ୍ ପର୍ଯ୍ୟନ୍ତ ବ୍ୟାଙ୍କିଂ ଆଦାନପ୍ରଦାନ ସମ୍ଭବ ହୋଇ ପାରିଛି। ଏହି ପ୍ରଣାଳୀ ପିରାମିଡ୍ର ନିମ୍ନ ଭାଗରେ ମଧ୍ୟ ଆର୍ଥିକ ଅନ୍ତର୍ଭୁକ୍ତିକୁ ସକ୍ଷମ କରିଛି। କେବଳ ଜୁଲାଇ ମାସରେ ସମଗ୍ର ଭାରତରେ ୨୨.୩୭ କୋଟି ଏଇପିଏସ୍ ଆଦାନପ୍ରଦାନ କରା ଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026
Latest News

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.