Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁର୍ବେଦ କ୍ଷେତ୍ରରେ ସୃଜନାତ୍ମକ ଗବେଷଣାକୁ ସହାୟତା ଦେବ ସିସିଆରଏଏସ୍ ର ‘ସ୍ପାର୍କ’ କାର୍ଯ୍ୟକ୍ରମ
ଆଜିର ଖବର

ଆୟୁର୍ବେଦ କ୍ଷେତ୍ରରେ ସୃଜନାତ୍ମକ ଗବେଷଣାକୁ ସହାୟତା ଦେବ ସିସିଆରଏଏସ୍ ର ‘ସ୍ପାର୍କ’ କାର୍ଯ୍ୟକ୍ରମ

September 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆୟୁର୍ବେଦ କ୍ଷେତ୍ରରେ ଦେଶରେ ପ୍ରତିଭାବାନ ବିଦ୍ୟାର୍ଥୀମାନଙ୍କୁ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ (ସିସିଆର୍ଏଏସ୍) ଏକ ଅନୁପମ ପ୍ରୟାସ ଆରମ୍ଭ କରିଛି। ଏହି ଯୋଜନାରେ ଦେଶର ମାନ୍ୟତାପ୍ରାପ୍ତ ଆୟୁର୍ବେଦ କଲେଜରେ ଅଧ୍ୟୟନ କରୁଥିବା ପ୍ରତିଭାବାନ ବିଦ୍ୟାର୍ଥୀଙ୍କୁ ନବ ସୃଜନାତ୍ମକ ଗବେଷଣା ପାଇଁ ‘ସ୍ପାର୍କ’ କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

ଏହା ମୂଳତଃ ଗବେଷଣା ପାଇଁ ଏକ ଫେଲୋସିପ୍ କାର୍ଯ୍ୟକ୍ରମ। ଆଜି ନୂଆଦିଲ୍ଳୀଠାରେ ଆୟୁଷ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ପାଠକ ଏବଂ ଭାରତୀୟ ଭେଷଜ ପଦ୍ଧତିର ଜାତୀୟ ଆୟୋଗର ଅଧ୍ୟକ୍ଷ ବୈଦ୍ୟ ଜୟନ୍ତ ଯଶୋବନ୍ତ ଦେବପୂଜାରୀ ଏହି ଫେଲୋସିପ୍ ର ଶୁଭାରମ୍ଭ କରିଛନ୍ତି। ଏଥିସହିତ ଆବେଦନ କରିବା ନିମନ୍ତେ ଏକ ଆପ୍ଲିକେସନ ପୋର୍ଟାଲର ଶୁଭାରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମରେ ଜୟପୁରସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା କାର୍ଯ୍ୟକାରୀ କୁଳପତି ପ୍ରଫେସର ସଞ୍ଜୀବ ଶର୍ମା, ସିସିଆରଏଏସ୍ର ମହାନିର୍ଦ୍ଦେଶକ ପ୍ରଫେସର ଆର.ଏନ୍ ଆଚାର୍ଯ୍ୟ, ସିଏଆରଆଇ ବେଙ୍ଗାଲୁରର ନିର୍ଦ୍ଦେଶକ ଡକ୍ଟର ସୁଲୋଚନା ଭଟ୍ଟ, ଭୁବନେଶ୍ୱର ସିଏଆର୍ଆଇର ନିର୍ଦ୍ଦେଶକ ଡକ୍ଟର ଏମ୍ଏମ୍ ରାଓ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନର ଗବେଷଣା ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ନବସୃଜନାତ୍ମକ ଗବେଷଣା ପାଇଁ ଆୟୁର୍ବେଦ ଗବେଷକ, ବିଶେଷକରି ପ୍ରତିଭାଧାରୀ ବିଦ୍ୟାର୍ଥୀମାନଙ୍କୁ ପଚାଶ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ। ଏହାଛଡା ସମ୍ପୃକ୍ତ ଗବେଷକଙ୍କୁ ତୁଙ୍ଗ ଉଦ୍ୟୋଗ ବିଶେଷଜ୍ଞଙ୍କ ସହାୟତା, ପରାମର୍ଶ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ।

ଦେଶର ଏକ ଲକ୍ଷ ଆୟୁର୍ବେଦ ବିଦ୍ୟାର୍ଥୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ଯେଉଁମାନେ ଏ କ୍ଷେତ୍ରରେ ଗବେଷଣା ପାଇଁ ଆଗ୍ରହୀ ସେମାନେ ଆଜିଠାରୁ ଉନ୍ମୁକ୍ତ ହୋଇଥିବା ପୋର୍ଟାଲ ମାଧ୍ୟମରେ ନିଜ ନିଜର ଆବେଦନପତ୍ର ପ୍ରେରଣ କରିପାରିବେ। କେବଳ ମାନ୍ୟତାପ୍ରାପ୍ତ ଆୟୁର୍ବେଦ କଲେଜରେ ସ୍ନାତକସ୍ତରରେ ପାଠ ପଢୁଥିବା ବିଦ୍ୟାର୍ଥୀମାନଙ୍କୁ ଏହି ଗବେଷଣାର ସୁଯୋଗ ମିଳିବ। ଏ ସଂକ୍ରାନ୍ତ ସମସ୍ତ ସୂଚନା www.spark.ccras.nic.in ରୁ ମିଳିପାରିବ। ଏଥି ପାଇଁ ପ୍ରାରମ୍ଭିକଭାବେ ୧୦୦ ଫେଲୋସିପ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରତ୍ୟେକ ଗବେଷକଙ୍କୁ ୫୦ହଜାର ଟଙ୍କାର ଫେଲୋସିପ ପ୍ରଦାନ କରାଯିବ।

ଆୟୁଷ ମନ୍ତ୍ରଣାଳୟ ଆନ୍ତର୍ଜାତିକ ସହଯୋଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରିଆରେ ସମଗ୍ର ବିଶ୍ୱରେ ଆୟୁର୍ବେଦ ପ୍ରସାର ପାଇଁ ଉଦ୍ୟମ କରୁଛି। ଏବେ ରୋମାନିଆ, ଜର୍ମାନୀ, ଇସ୍ରାଏଲ, ଆମେରିକା, କାନାଡା ଆଦି ଦେଶର ପ୍ରମୁଖ ଗବେଷଣାଗାରରେ ଆୟୁର୍ବେଦ ଉପରେ ଉନ୍ନତ ଗବେଷଣା ଓ ଅଧ୍ୟୟନ କାର୍ଯ୍ୟ ଚାଲୁ ରହିଛି। ବିଶ୍ୱର ୧୧ଟି ଦେଶରେ ଭାରତ ସରକାରଙ୍କ ଉଦ୍ୟମକ୍ରମେ ଆୟୁର୍ବେଦ ଚେୟାର ପ୍ରତିଷ୍ଠା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସଚିବ ଶ୍ରୀ ପାଠକ, ସିଏସ୍ଆର୍ଏସିର ମହାନିର୍ଦ୍ଦେଶକ ପ୍ରଫେସର ରବି ନାରାୟଣ ଆଚାର୍ଯ୍ୟ, ଡକ୍ଟର ଆଦର୍ଶକୁମାର ପ୍ରମୁଖ ଉଦ୍ବୋଧନ ଦେଇ ଆୟୁର୍ବେଦ ଚିକିତ୍ସା ପଦ୍ଧତିର ପ୍ରଚାର ଓ ପ୍ରସାର ତଥା ବିକାଶ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

କ୍ୟାପସନ-୧

ଆୟୁଷ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ପାଠକ ଏବଂ ଏନ୍ସିଆଇଏସ୍ଏମ ର ଅଧ୍ୟକ୍ଷ ଜୟନ୍ତ ଦେବପୂଜାରୀ ‘ସ୍ପାର୍କ” କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି।

କ୍ୟାପସନ-୨

ଏନ୍ସିଆଇଏସ୍ଏମ୍ ର ଅଧ୍ୟକ୍ଷ ବୈଦ୍ୟ ଜୟନ୍ତ ଦେବପୂଜାରୀ ଏବଂ ସିଅସିଆର୍ଏସ୍ ର ମହାନିର୍ଦ୍ଦେଶକ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ ବୁଝାମଣାପତ୍ରର ନକଲ ଅଦଳବଦଳ କରୁଛନ୍ତି।

କ୍ୟାପସନ-୩

ଆୟୁର୍ବେଦ ଗବେଷକଙ୍କ ପାଇଁ ସ୍ୱତନ୍ତ୍ର ଫଲୋସିପ ପ୍ରଦାନ ଯୋଜନା ଶୁଭାରମ୍ଭ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026

୪୮ ଘଣ୍ଟା ମଧ୍ୟରେ ବାତିଲ ହେଲେ ବିମାନ ଟିକେଟ୍ ପାଇଁ ଦେୟ ନାହିଁ: ନିୟମ ପରିବର୍ତ୍ତନ କଲା DGCA

February 26, 2026

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026
Latest News

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026

୪୮ ଘଣ୍ଟା ମଧ୍ୟରେ ବାତିଲ ହେଲେ ବିମାନ ଟିକେଟ୍ ପାଇଁ ଦେୟ ନାହିଁ: ନିୟମ ପରିବର୍ତ୍ତନ କଲା DGCA

February 26, 2026

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026

ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.