Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୈଠକରେ ଯୋଗ ଦେଲେ ନାହିଁ ନିର୍ବାଚନ କମିଶନର ଅଶୋକ ଲାଭସା, ଉତ୍ତର ରଖିଲେ ମୁଖ୍ୟ ନିର୍ବାଚନ କମିଶନର
ଆଜିର ଖବର

ବୈଠକରେ ଯୋଗ ଦେଲେ ନାହିଁ ନିର୍ବାଚନ କମିଶନର ଅଶୋକ ଲାଭସା, ଉତ୍ତର ରଖିଲେ ମୁଖ୍ୟ ନିର୍ବାଚନ କମିଶନର

May 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
lection Commissioner, Lavasa holds EC guilty of bias and skips EC & MCC meets
lection Commissioner, Lavasa holds EC guilty of bias and skips EC & MCC meets

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନ ଦେଇଥିବା କ୍ଲିନ ଚିଟକୁ ନେଇ ନିର୍ବାଚନ କମିଶନର ଅଶୋକ ଲାଭସା ନିର୍ବାଚନ କମିଶନଙ୍କ ବୈଠକରେ ଯୋଗଦେଇନାହାନ୍ତି। ଆଚରଣ ବିଧି ଉଲ୍ଲଂଘନ ନେଇ ମୁଖ୍ୟ ନିର୍ବାଚନ କମିଶନର ବୈଠକକୁ ଅଶୋକ ଲାଭସା ନ ଆସିବା ପରେ ନିର୍ବାଚନ କମିଶନଙ୍କ ତିନିଜଣିଆ କମିଟିରେ ମତଭେଦ କଥା ସାମ୍ନାକୁ ଆସିଛି। ନିର୍ବାଚନ କମିଶନ ନେଉଥିବା ଛୋଟ ନିଷ୍ପତ୍ତି ଗୁଡିକୁ ରେକର୍ଡ କରାଯାଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଲାଭସା। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ୬ ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିବାବେଳେ ନିର୍ବାଚନ କମିଶନ ତାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ, ଏହାକୁ ନେଇ ଅଶୋକ ଲାଭାସ ଅସେନ୍ତାଷ ରହିଥିଲେ। ସେହିପରି ଛୋଟ ଛୋଟ ନିଷ୍ପତ୍ତିକୁ ରେକର୍ଡ କରାଯିବା ପରେ ପରବର୍ତ୍ତୀ ବୈଠକରେ ଯୋଗ ଦେବେ ବୋଲି କହିଛନ୍ତି ଲାଭସା। ଲାଭସାଙ୍କ ବ୍ୟତିତ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏବଂ ସୁଶୀଲ ଚନ୍ଦ୍ରା ଏହି କମିଟିର ସଦସ୍ୟ ରହିଛନ୍ତି। ମେ ୪ ତାରିଖରେ ଛୋଟ ଘଟଣା ଗୁଡିକର ରେକର୍ଡିଂ ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପତ୍ର ଲେଖିଥିଲେ ଲାଭସା। ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ୬ ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କୁ କ୍ଳିନ୍‌ ଚିଟ୍‌ ମିଳିଥିଲା। ତେବେ ଲାଭସାଙ୍କ ଏହି ବୈଠକରେ ଯୋଗନଦେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍‌ ଅରୋଡା। ନିର୍ବାଚନ କମିଶନଙ୍କ ତିନି ସଦସ୍ୟ ଜଣେ ଅନ୍ୟ ଜଣଙ୍କର ପ୍ରତିରୂପ ହୋଇପାରିବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍‌ ଅରୋଡା କହିଛନ୍ତି। ତେବେ ଏହି ମାମଲାରେ ସମସ୍ତଙ୍କର ଚିନ୍ତାଧାରା ବା ରାୟ ଅଲଗା ରହିଛି ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।

 

 

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026
Latest News

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026

୪୮ ଘଣ୍ଟା ମଧ୍ୟରେ ବାତିଲ ହେଲେ ବିମାନ ଟିକେଟ୍ ପାଇଁ ଦେୟ ନାହିଁ: ନିୟମ ପରିବର୍ତ୍ତନ କଲା DGCA

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.