Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତିକୁ ନେଇ ସୋଆରେ କର୍ମଶାଳା ଆୟୋଜିତ
ଆଜିର ଖବର

ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତିକୁ ନେଇ ସୋଆରେ କର୍ମଶାଳା ଆୟୋଜିତ

September 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନୂତନ ଶିକ୍ଷାନୀତି ଅନୁଯାୟୀ ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଏକତ୍ରିତ ହୋଇଥିଲେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ବିଶିଷ୍ଟି ଶିକ୍ଷାବିତ୍ ଏବଂ ସ୍ୱନାମଧନ୍ୟ ବିଶ୍ୱବିଦ୍ୟାଳୟର କୁଳପତି। ସୋଆରେ ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତି ନେଇ ଏହି ଏକ ଦିବସୀୟ କର୍ମଶାଳାକୁ ରିଜିଓନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍‌, ଭୁବନେଶ୍ୱର, ଏନ୍‌ସିଇଆର୍‌ଟି, ନୂଆଦିଲ୍ଲୀ, ସୋଆ ଏବଂ ଗୟା ସ୍ଥିତ ଦକ୍ଷିଣ ବିହାର ସେଂଟ୍ରାଲ୍ ୟୁନିଭର୍ସିଟି ମିଳିତ ଭାବେ ଆୟୋଜନ କରିଥିଲେ।

ଏହି କର୍ମଶାଳର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦକ୍ଷିଣ ବିହାର ସେଂଟ୍ରାଲ୍ ୟୁନିଭର୍ସିଟିର କୁଳପତି ତଥା ପୂର୍ବାଂଚଳ ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ ପ୍ରଫେସର କାମେଶ୍ୱର ନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରଫେସର ସିଂଙ୍କର ତତ୍ୱାବଧାନରେ ପୂର୍ବ ଭାରତର ଝାଡଖଣ୍ଡ, ବିହାର, ପଶ୍ଚିମ ବଂଗ ଏବଂ ଓଡ଼ିଶାରେ ଜାତୀୟ ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତି ସମ୍ପର୍କରେ କର୍ମଶାଳା ଆୟୋଜନ କରାଯାଉଛି। ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ସହ ମଣିଷର ସର୍ବାଙ୍ଗୀନ ଉନ୍ନତି ହିଁ ଏହି କର୍ମଶାଳାର ଉଦ୍ଦେଶ୍ୟ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋକପାତ କରିଥିଲେ।

ସେହିପରି ସୋଆର ପ୍ରଫେସର ତଥା କର୍ମଶାଳାର ସଂଯୋଜକ ଡାକ୍ତର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେବା ଅବସରରେ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ଜାତୀୟ ଶିକ୍ଷାନୀତି ଦ୍ୱାରା ଶିକ୍ଷା ଗ୍ରହଣ କରିବା ପରେ ଛାତ୍ରଛାତ୍ରୀମାନେ କିଭଳି ଭାରତକୁ ମା’ ଭଳି ସମ୍ମାନ ଦେବେ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ଲାଗି ସହାୟତାର ହାତ ବଢ଼ାଇବେ ସେ ସମ୍ପର୍କରେ ବିଭିନ୍ନ ନାଗରିକ ସମାଜ, ଏନ୍‌ଜିଓ ଏବଂ ଶିକ୍ଷାବିତମାନେ ଏକତ୍ରିତ ହୋଇ ଚିନ୍ତା କରିବା ଆବଶ୍ୟକ ବୋଲି କହିଥିଲେ।

ଏହି ଅବସରରେ ଏନ୍‌ସିଇଆର୍‌ଟି, ଭୁବନେଶ୍ୱର ପକ୍ଷରୁ ପ୍ରଫେସର ପି.ସି. ଅଗ୍ରୱାଲ୍ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ତଥା ଏନ୍‌ସିଇଆର୍‌ଟିର ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଲକ୍ଷ୍ମୀଧର ବେହେରା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍କୁଲ ଶିକ୍ଷାକୁ ଉଚ୍ଚ ଶିକ୍ଷା ସହିତ ଯୋଡିବା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା, କୋରାପୁଟ ସେଂଟ୍ରାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର ଏସ୍‌.କେ. ପଲିଟା, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ମହାନ୍ତି, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ, କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି (ଅନ୍‌ଲାଇନ୍ ଯୋଗେ), ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ୍‌ସର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା ଏବଂ ଆଂଚଳିକ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ସୋମେନ୍ ଘୋଷ ପ୍ରମୁଖ ଉପସ୍ଥିତ ରହି ପାଠ୍ୟକ୍ରମ ଭିତିରେ ସ୍କୁଲ୍ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାକୁ ଯୋଡିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ସନ୍ଧାନ, ସେଭ୍‌ଡ ଚିଲ୍‌ଡ୍ରେନ୍‌, ଶିକ୍ଷା ବିକାଶ ସମିତି, ଲର୍ଣ୍ଣିଂ ଲିଙ୍କ୍‌ସ ଫାଉଣ୍ଡେସନ୍‌, ଏଡ୍ ଆକ୍ଟ ଆକ୍ସନ୍ ସାଉଥ ଏସିଆ, ଲାଙ୍ଗୁଏଜ୍ ଆଣ୍ଡ ଲର୍ଣ୍ଣିଂ ଫାଉଣ୍ଡେସନ୍‌, ଆକ୍ସନ୍ ଏଡ୍ ଇଣ୍ଡିଆ, ଟାଟା ଟ୍ରଷ୍ଟ ଭଳି ଅନୁଷ୍ଠାନ ଏବଂ ନାଗରିକ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

ଶେଷରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିବା ବେଳେ ବିସ୍ତୃତ ବିବରଣୀ ଦେଇଥିଲେ ଏନ୍‌ସିଇଆର୍‌ଟିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରୱାଲ୍। ସେହିପରି ପ୍ରଫେସର କାମେଶ୍ୱର ନାଥ ସିଂ ଉଦ୍‌ଯାପନୀ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

କର୍ମଶାଳା ଆୟୋଜିତ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ସାମ୍ବାଦିକ ପରିଚୟରେ ଗଞ୍ଜେଇ ବ୍ୟବସାୟ, ପ୍ରେସ ଲେଖା ଗାଡ଼ି ଜବତ

October 17, 2025

ଲାଞ୍ଚ ନେବା ବେଳେ ଧରାହେଲେ ଡିଆଇଜି: ୫ କୋଟିରୁ ଉର୍ଦ୍ଧ୍ଵ ଜବତ, ଚାଲିଛି ଗଣତି

October 17, 2025

ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ

October 17, 2025

ଅଭିଯୋଗ ସମାଧାନ କରି ୨.୭୨ କୋଟି ଫେରସ୍ତ କଲା ଜାତୀୟ ଗ୍ରାହକ ହେଲ୍ପଲାଇନ୍

October 17, 2025
Latest News

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025

ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

October 17, 2025

ସାମ୍ବାଦିକ ପରିଚୟରେ ଗଞ୍ଜେଇ ବ୍ୟବସାୟ, ପ୍ରେସ ଲେଖା ଗାଡ଼ି ଜବତ

October 17, 2025

ଲାଞ୍ଚ ନେବା ବେଳେ ଧରାହେଲେ ଡିଆଇଜି: ୫ କୋଟିରୁ ଉର୍ଦ୍ଧ୍ଵ ଜବତ, ଚାଲିଛି ଗଣତି

October 17, 2025

ସବୁଜ ଉର୍ଜା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ସହ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ

October 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.