Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋମବାର ସୁଦ୍ଧା ଲଦାଖର ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ଶେଷ ହେବ ସୈନ୍ୟବାହିନୀର ପ୍ରତ୍ୟାହାର କାର୍ଯ୍ୟ
ଆଜିର ଖବର

ସୋମବାର ସୁଦ୍ଧା ଲଦାଖର ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ଶେଷ ହେବ ସୈନ୍ୟବାହିନୀର ପ୍ରତ୍ୟାହାର କାର୍ଯ୍ୟ

September 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ-ଚୀନ୍
ଭାରତ-ଚୀନ୍ ସୀମା ବିବାଦ: ସୁଧୁରିବ କି ସମ୍ପର୍କ?, ପୁଣି ଥରେ ଆରମ୍ଭ ହେଲା ଆଲୋଚନା

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ବିବାଦକୁ ଶେଷ କରିବା ପାଇଁ ଭାରତ ଏବଂ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗୁରୁବାର ଦୁଇ ଦେଶର ସୈନ୍ୟବାହିନୀ ଘୋଷଣା କରିଛନ୍ତି ଯେ, ସେମାନେ ଗୋଗରା-ହଟ୍ସପ୍ରିଙ୍ଗ୍ ଅଞ୍ଚଳରେ ‘ପାଟ୍ରୋଲିଂ ପଏଣ୍ଟ ୧୫’ ରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲଦାଖର ଗୋଗରା-ହଟ୍ ସ୍ପ୍ରିଙ୍ଗ୍ସରୁ ଭାରତ ଏବଂ ଚୀନ୍ ସୈନ୍ୟବାହିନୀର ପ୍ରତ୍ୟାହାର ସୋମବାର ସୁଦ୍ଧା ଶେଷ ହେବ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏକ ବିବୃତ୍ତିରେ କହିଛନ୍ତି ଯେ, ଉଭୟ ପକ୍ଷ ସହମତ ହୋଇଛନ୍ତି ଯେ ଏହି ଅଞ୍ଚଳରେ ନିର୍ମିତ ସମସ୍ତ ଅସ୍ଥାୟୀ ସଂରଚନା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଭାଙ୍ଗିବା ପାଇଁ ଉଭୟ ପକ୍ଷ ଏହା ନିଶ୍ଚିତ କରିବେ। ଉଭୟ ଭାରତୀୟ ସେନା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ବିବୃତ୍ତିରେ ଏହା ନିଶ୍ଚିତ କରିଛନ୍ତି। ବିବୃତ୍ତି ଅନୁଯାୟୀ ଏହି ପ୍ରକ୍ରିୟା ୮ ତାରିଖ ସକାଳୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ଶେଷ ହେବ। ଏହା ମଧ୍ୟ ସୂଚନାଯୋଗ୍ୟ ଯେ ଏହି ପ୍ରକ୍ରିୟା ସକାଳେ ଆରମ୍ଭ ହୋଇଥିଲା କିନ୍ତୁ ସେନାର ବିବୃତ୍ତି ଠିକ୍ ସନ୍ଧ୍ୟାରେ ଆସିଛି। ତେବେ ଚାଇନାର ସୈନିକମାନେ ପଛକୁ ହଟିବା ଆରମ୍ଭ କରିଛନ୍ତି, ଦିନସାରା ଯାଞ୍ଚ କରିବା ପରେ ଏହି ବିବୃତ୍ତି ଦିଆଯାଇଛି।

ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ପ୍ରସଙ୍ଗରେ ଜଡିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଏହି ଅଞ୍ଚଳରେ ଉଭୟ ପକ୍ଷ ଦ୍ୱାରା ନିର୍ମିତ ସମସ୍ତ ଅସ୍ଥାୟୀ ସଂରଚନା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସଂରଚନାକୁ ଭାଙ୍ଗି ଦିଆଯିବ ଏବଂ ଏହା ପରସ୍ପର ମଧ୍ୟରେ ନିଶ୍ଚିତ ହେବ। ଉକ୍ତ ଅଞ୍ଚଳରେ ସମାନ ପ୍ରାକୃତିକ ରୂପ ପୁନଃସ୍ଥାପିତ ହେବ, ଯାହା ଉଭୟ ପକ୍ଷ ମଧ୍ୟରେ ବିବାଦ ପରିସ୍ଥିତି ପୂର୍ବରୁ ଥିଲା। ଆପଣଙ୍କୁ କହିରଖୁଛୁ ଯେ ଜୁନ୍ ୨୦୨୦ରେ ଗାଲୱାନ୍ ଉପତ୍ୟକାରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା, ଯେଉଁଥିରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ ଏବଂ ଚାଇନାର ପ୍ରାୟ ୪୦ ରୁ ୪୫ ସୈନିକ ନିହତ ହୋଇଥିଲେ। ପୂର୍ବ ଲଦାଖରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଚୀନ୍ ସୀମାରେ ୫୦ ହଜାରରୁ ଅଧିକ ସୈନିକ ନିୟୋଜିତ କରିଛି ଏବଂ ଭାରତ ମଧ୍ୟ ସମାନ ସଂଖ୍ୟକ ସୈନିକଙ୍କୁ ନିୟୋଜିତ କରିଛି। ଯାହା ଦ୍ଵାରା ଚୀନ୍‌ର କୌଣସି କାର୍ଯ୍ୟାନୁଷ୍ଠାନର ଜବାବ ଦିଆଯାଇପାରିବ।

ଚୀନ୍‌ ଭାରତ ଲଦାଖ ସୈନ୍ୟବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026

ଆଜି ବିଶେଷ ଦିନ!: ଏକା ସାଙ୍ଗରେ ପଡୁଛି ଅନେକ ବଡ଼ ପର୍ବ, ବ୍ରତ ଏବଂ ଦୁର୍ଲଭ ସଂଯୋଗ

March 19, 2026
Latest News

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ଆଜି ବିଶେଷ ଦିନ!: ଏକା ସାଙ୍ଗରେ ପଡୁଛି ଅନେକ ବଡ଼ ପର୍ବ, ବ୍ରତ ଏବଂ ଦୁର୍ଲଭ ସଂଯୋଗ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.