ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୯୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୧
ବଲାଙ୍ଗୀରି ଜିଲ୍ଲାରୁ- ୧୧
କଟକ ଜିଲ୍ଲାରୁ- ୩୩
ଦେବଗଡ ଜିଲ୍ଲାରୁ- ୩
ଗଞ୍ଜାମ ଜିଲ୍ଲାରୁ- ୧
ଯାଜପୁର ଜିଲ୍ଲାରୁ- ୬
ଝାରସୁଗୁଡା ଜିଲ୍ଲାରୁ- ୩
କଳାହାଣ୍ଡି ଜିଲ୍ଲାରୁ- ୧୬
କନ୍ଧମାଳ ଜିଲ୍ଲାରୁ- ୩
କେନ୍ଦ୍ରପଡା ଜିଲ୍ଲାରୁ- ୧
କେନ୍ଦୁଝର ଜିଲ୍ଲାରୁ- ୬
ଖୋର୍ଦ୍ଧା ଜିଲ୍ଲାରୁ- ୪୦
କୋରାପୁଟ ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୨
ନବରଙ୍ଗପୁର ଜିଲ୍ଲାରୁ- ୧୧
ନୟାଗଡ ଜିଲ୍ଲାରୁ- ୬
ନୂଆପଡା ଜିଲ୍ଲାରୁ- ୧୧
ପୁରୀ ଜିଲ୍ଲାରୁ- ୪
ରାୟଗଡା ଜିଲ୍ଲାରୁ- ୨
ସମ୍ବଲପୁର ଜିଲ୍ଲାରୁ- ୯
ସୋନପୁର ଜିଲ୍ଲାରୁ- ୪
ସୁନ୍ଦରଗଡ ଜିଲ୍ଲାରୁ- ୧୩
ଷ୍ଟେଟ ପୁଲରୁ- ୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୦ ହଜାର ୪୩୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୯ ହଜାର ୩୭୯ ଏବଂ ବର୍ତ୍ତମାନ ୧୮୧୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।