Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁନେ ସିଦ୍ଧପୀଠ ଆନୁକୁଲ୍ୟରେ ଭୁବନେଶ୍ୱରରେ ପିତୃମୁକ୍ତି ଯଜ୍ଞ ଆୟୋଜିତ
ଆଜିର ଖବର

ପୁନେ ସିଦ୍ଧପୀଠ ଆନୁକୁଲ୍ୟରେ ଭୁବନେଶ୍ୱରରେ ପିତୃମୁକ୍ତି ଯଜ୍ଞ ଆୟୋଜିତ

September 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁନେ ସିଦ୍ଧପୀଠ ଆନୁକୁଲ୍ୟରେ ଭୁବନେଶ୍ୱରରେ ପିତୃମୁକ୍ତି ଯଜ୍ଞ ଆୟୋଜିତ

ଭୁବନେଶ୍ୱର: ଭଗବାନ ଗୋରକ୍ଷନାଥଙ୍କ ସିଦ୍ଧ ଶକ୍ତି ଆଧାରିତ ପୁନେ ସ୍ଥିତ ସିଦ୍ଧପୀଠ ଆନୁକୁଲ୍ୟରେ ବରମୁଣ୍ଡାର ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ସାର୍ବଜନୀନ ପିତୃମୁକ୍ତି ସାଧନା ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭନ୍ନ ସ୍ଥାନରୁ ସିଦ୍ଧାର୍ଥ ମାନେ ଯୋଗଦେଇ ପିତୃମୁକ୍ତି ସାଧନା କରିଥିଲେ।

ପୁନେ ସ୍ଥିତ ସିଦ୍ଧସ୍ଵାମୀ ହରଦାସ ପୀଠରୁ ଜଗଦୀଶ ମହାନ୍ତ, ସୁନିତା ତେଲ, ଅନୀତା ଗାଭାଙ୍କର ଏବଂ ଦେବସ୍ମୀତା ମହାନ୍ତ ପ୍ରମୁଖ ବରିଷ୍ଠ ସାଧକ ଓ ଆଜୀବନ ସମର୍ପିତ ସିଦ୍ଧମାନେ ଆସି ଏହି ଯଜ୍ଞର ଦିଗ ଦର୍ଶନ ଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ବହୁ ସଂଖ୍ୟକ ସିଦ୍ଧାର୍ଥ ମାନଙ୍କ ସିଦ୍ଧ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଏହି ଯଜ୍ଞ ଅନୁଷ୍ଠିତ ହୋଇଥିଲା।

ବରମୁଣ୍ଡା କାଉନସିଲର ରାମଚନ୍ଦ୍ର ରଣସିଂହଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେଇ ଅଧିକରୁ ଅଧିକ ସ୍ଥାନରେ ଏପରି ପରମପବିତ୍ର ଅନୁଷ୍ଠାନ ଆୟୋଜନ ନିମନ୍ତେ ସିଦ୍ଧ ଆଶ୍ରମର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଯୁବକ, ଯୁବତୀ, ମହିଳା, ନବ ବିବାହିତ ଦମ୍ପତି ଏବଂ ବୟସ୍କ ବ୍ୟକ୍ତିମାନେ ମଧ୍ୟ ସିଦ୍ଧ ଶକ୍ତି ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ସିଦ୍ଧ ଭଗବାନ ଗୋରକ୍ଷନାଥ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ତାଙ୍କର ସିଦ୍ଧ ଶକ୍ତି ଆଧାରରେ ୧୯୯୦ ମସିହାରୁ ପୁନେଠାରେ ପ୍ରତିଷ୍ଠିତ ସିଦ୍ଧପୀଠ ନିରନ୍ତର ଭାବେ ସମର୍ପିତ ହୋଇ “ଆରୋଗ୍ୟ, ଶାନ୍ତି ଓ ଉତ୍କର୍ଷତା” ପାଇଁ ଦେଶ ଓ ବିଦେଶରେ କାର‌୍ୟ୍ୟକରି ଆସୁଛି। ସିଦ୍ଧ ଶକ୍ତି ହେଉଛି କଲ୍ୟାଣକାରୀ ଐଶ୍ୱରିକ ଶକ୍ତି ଯାହାକୁକି ସାଧାରଣ ବ୍ୟକ୍ତି ଧାରଣ କରିପାରିବେ। ଏଥିପାଇଁ କୌଣସି ବିଶେଷ ଖର୍ଚ୍ଚ, ଦେୟ, ଚାନ୍ଦା ଆଦି ଦେବାକୁ ପଡେ ନାହିଁ।

ଅଧିକ ସାଧନା, ପୂଜା, ବା ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ଅଧିକ ସମୟ ଭଜନ କୀର୍ତ୍ତନ ଆଦି କରିବାକୁ ପଡେ ନାହିଁ। ଶକ୍ତି ଧାରଣ କରୁଥିବା ବ୍ୟକ୍ତି ସାମାଜିକ ଶୃଙ୍ଖଳା ଓ ମାନବିକ ଧର୍ମ ମାନି କେବଳ ଅନ୍ୟର ମଙ୍ଗଳ ପାଇଁ ଶକ୍ତିର ପ୍ରୟୋଗ କରିବେ। ପରୀକ୍ଷା ମୂଳକ ଭାବେ ଯେ କୌଣସି ବ୍ୟକ୍ତି ଏହି ଶକ୍ତିର ପ୍ରୟୋଗ କରି ମଧ୍ୟ ଫଳାଫଳ ପରଖି ପାରିବେ। ଏହାର ପ୍ରାମାଣିକତା ପରଖି କଲମ୍ବିଆ ବିଶ୍ଵ ବିଦ୍ୟାଳୟ ସିଦ୍ଧ ଶକ୍ତିର ପ୍ରଣେତା ସ୍ୱାମୀ ହାରଦାସଙ୍କୁ ସିଦ୍ଧ ଚିକିତ୍ସାରେ ଡି. ଲିଟ. ଉପାଧି ପ୍ରଦାନ କରିଛନ୍ତି।

ଜଗନ୍ନାଥ ପଞ୍ଜିକାର ପବିତ୍ର ପିତୃ ପକ୍ଷରେ ପୁନେ ସିଦ୍ଧିପୀଠ ତରଫରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ପିତୃମୁକ୍ତି ଯଞ୍ଜ, ତୈମ୍ବକ ଯଞ୍ଜ, ଅନ୍ନଦାନ ଓ ବିଶେଷ ଚର୍ଚ୍ଚାସତ୍ର ଆଦି ଅନୁଷ୍ଠିତ ହେଉଛି। ଇତିମଧ୍ୟରେ ରାଉରକେଲାର କୋଏଲ୍ନଗର, ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର, ପିପିଲିର ଶ୍ରୀରାମ ମଣ୍ଡପ ଆଦି ସ୍ଥାନରେ ଏହିଭଳି କାର‌୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଚଳିତ ମାସ ୧୩ ଓ ୧୪ ତାରିଖରେ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳାର ତୁଳସୀ କଲ୍ୟାଣ ମଣ୍ଡପ, ବାରିପଦା ସ୍ଥିତ ରୋଟାରୀ କ୍ଲବ୍, କେନ୍ଦୁଝର ଜିଲ୍ଲା ଜାମୁଲେଇବେଢ଼ା ସ୍ଥିତ ସିଦ୍ଧ ମନ୍ଦିର ଏବଂ ଓଡ଼ିଶା ଝାଡ଼ଖଣ୍ଡ ସୀମାବର୍ତ୍ତୀ ସିଂହଭୁମ୍ ଜିଲ୍ଲାର ବହରାଗୁଡା ବ୍ଲକ୍ ଆଦି ସ୍ଥାନରେ ଏହିସବୁ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆଜୀବନ ସମର୍ପିତ ସିଦ୍ଧ ଜଗଦୀଶ ମହାନ୍ତ ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ନିମାପଡ଼ାରୁ ବଳଙ୍ଗାକୁ ସଂଯୋଗ କରୁଥିବା ନୂଆ ରାସ୍ତାପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

September 8, 2025

ସହରାଞ୍ଚଳରେ ପାର୍କିଂ ନୀତି ଉପରେ ପରାମର୍ଶଦାତା କର୍ମଶାଳା

September 8, 2025

ଖୋର୍ଦ୍ଧା ବିଜେଡି ସଭାପତି ନେଇ କେଁ.. ଚର୍ଚ୍ଚାରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ

September 8, 2025

ପ୍ରଦେଶ କଂଗ୍ରେସର ସାମାଜିକ ଗଣମାଧ୍ୟମ ଟିମ୍ ଗଠିତ

September 8, 2025
Latest News

ନିମାପଡ଼ାରୁ ବଳଙ୍ଗାକୁ ସଂଯୋଗ କରୁଥିବା ନୂଆ ରାସ୍ତାପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

September 8, 2025

ସହରାଞ୍ଚଳରେ ପାର୍କିଂ ନୀତି ଉପରେ ପରାମର୍ଶଦାତା କର୍ମଶାଳା

September 8, 2025

ଖୋର୍ଦ୍ଧା ବିଜେଡି ସଭାପତି ନେଇ କେଁ.. ଚର୍ଚ୍ଚାରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ

September 8, 2025

ପ୍ରଦେଶ କଂଗ୍ରେସର ସାମାଜିକ ଗଣମାଧ୍ୟମ ଟିମ୍ ଗଠିତ

September 8, 2025

ଏଲୋନ ମସ୍କଙ୍କ ଷ୍ଟାରଲିଙ୍କ୍ କଂପାନୀ ଭାରତରେ ଆରମ୍ଭ କଲା ଭିତ୍ତିଭୂମି କାମ

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.