Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବକାରୀ କନେଷ୍ଟବଳ ଏବଂ ଫରେଷ୍ଟ ଗାର୍ଡ ନିମନ୍ତେ ଶାରୀରିକ ଦକ୍ଷତା ପରୀକ୍ଷା ଆରମ୍ଭ
ଆଜିର ଖବର

ଅବକାରୀ କନେଷ୍ଟବଳ ଏବଂ ଫରେଷ୍ଟ ଗାର୍ଡ ନିମନ୍ତେ ଶାରୀରିକ ଦକ୍ଷତା ପରୀକ୍ଷା ଆରମ୍ଭ

September 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଅବକାରୀ କନେଷ୍ଟବଳ ଏବଂ ଫରେଷ୍ଟ ଗାର୍ଡ ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ଶାରୀରିକ ଦକ୍ଷତା ପରୀକ୍ଷା ଆଜିଠାରୁ ଅର୍ଜୁନପୁରସ୍ଥିତ ଷଷ୍ଠ ଆଇଆରବି ଏବଂ ୪୧ତମ ଆଇଟିବିପି ବାଟାଲିୟନ ପଡିଆରେ ଆରମ୍ଭ ହୋଇଛି। ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଚୟନ ପ୍ରକ୍ରିୟା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୭୩୪ ଜଣ ପ୍ରାର୍ଥୀ ଭାଗ ନେବେ। ସେମାନଙ୍କର ଶାରୀରିକ ଉଚ୍ଚତା, ଓଜନ, ଦୌଡ, ସାଇକେଲ ଚାଳନା, ଚାଲିବା, ଲମ୍ବଡିଆଁ, ଉଚ୍ଚ ଡିଆଁ, ଦୌଡି ଚଢିବା ଭଳି ଦକ୍ଷତା ପରୀକ୍ଷା କରାଯାଉଛି। ଏଥିନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି। ପରୀକ୍ଷାର୍ଥୀ ମାନଙ୍କ ନିମନ୍ତେ ଖାଦ୍ୟ, ପାନୀୟ ଓ ବସିବା ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଥିସହ ଆମ୍ବୁଲାନ୍ସ, ଡାକ୍ତରୀ ଦଳ, ଆଶୁ ଚିକିତ୍ସା, ଅଗ୍ନିଶମ କର୍ମଚାରୀ, ପୁଲିସ ଅଧିକାରୀ ଓ କର୍ମଚାରୀ ମୁତୟନ କରାଯାଇଛି।

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଆଇଆରବିଏନ୍ କମାଣ୍ତାଣ୍ଟ ନାରାୟଣ ଦୋରା ସମସ୍ତ ବ୍ୟବସ୍ଥାର ଯାଞ୍ଜ କରିବା ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥିସହ ଖୋରଧା ଓ ଭୁବନେଶ୍ବର ଅବକାରୀ ଅଧିକ୍ଷକ ଝାସକେତନ ବରିହା, ପ୍ରଦୀପ କୁମାର ପଟ୍ଟନାୟକ, ଏସିଏଫ୍ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ, ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା ଦାୟିତ୍ବ ନେଇଛନ୍ତି।

ଅବକାରୀ କନେଷ୍ଟବଳ ଫରେଷ୍ଟ ଗାର୍ଡ ଶାରୀରିକ ଦକ୍ଷତା
Share. Facebook Twitter LinkedIn Email WhatsApp Copy Link

Related Posts

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Latest News

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.