Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରର ଜୟଦେବ ଭବନରେ ଇଞ୍ଜିନିୟର୍ସ ଦିବସ ପାଳିତ
ଆଜିର ଖବର

ଭୁବନେଶ୍ବରର ଜୟଦେବ ଭବନରେ ଇଞ୍ଜିନିୟର୍ସ ଦିବସ ପାଳିତ

September 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରର ଜୟଦେବ ଭବନରେ ଇଞ୍ଜିନିୟର୍ସ ଦିବସ ପାଳିତ

ଭୁବନେଶ୍ୱର:  ମସିହାରୁ ପ୍ରସିଦ୍ଧ ଇଞ୍ଜିନିୟର ଭାରତରତ୍ନ ସାର୍ ଏମ୍‌. ବିଶ୍ୱେଶ୍ୱରାୟାଙ୍କ ସ୍ମୃତି ଓ ଅବଦାନ ପ୍ରତି ସମ୍ମାନ ଜଣାଇ ତାଙ୍କ ଜନ୍ମ ଦିବସକୁ ଇଞ୍ଜିନିୟର୍ସ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ମଧ୍ୟ ତାଙ୍କ ଜନ୍ମ ଦିବସକୁ ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ କହିଲେ ଯେ, ପ୍ରତ୍ୟେକ ଇଞ୍ଜିନିୟରମାନେ ଦେଶ ଓ ରାଜ୍ୟ ଗଠନ କରିବାର ଦାୟିତ୍ୱ ନେଇଛନ୍ତି। ବୈଷୟିକ ଶିକ୍ଷାର ଏଭଳି ଉନ୍ନତି ଘଟିଛି ଯେ, ଜଣେ ଇଞ୍ଜିନିୟର ଘରେ ରହି ଆମେରିକାରେ ରହୁଥିବା ତାଙ୍କର ବିରଷ୍ଠ ସହପାଠୀଙ୍କ ସହିତ ଚାର୍ଟିଂ କରିପାରୁଛନ୍ତି, କଥା ହୋଇପାରୁଛନ୍ତି। ତେଣୁ ବିନା ବୈଷୟିକ ଶିକ୍ଷାରେ କୌଣସି ଦେଶ ଅଗ୍ରଗତି କରିବା ଅସମ୍ଭବ।

ସେ ଆହୁରି କହିଥିଲେ ଯେ, ଓଡ଼ିଶା ମାଟିରେ ସମ୍ଭାବନାର ବାର୍ତ୍ତା ଆଣିବା ସହ ଯୁବ ଇଞ୍ଜିନିୟରମାନଙ୍କ ସ୍ୱପ୍ନକୁ ସାକାର କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଓଡ଼ିଶାରେ ଇଞ୍ଜିନିୟର ଛାତ୍ରଛାତ୍ରୀଙ୍କ ଚିନ୍ତା ଥିଲା ପାଠପଢି ଆମେ କଣ କରିବୁ? ହେଲେ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଆଜି ଇଞ୍ଜିନିୟରମାନେ ଦେଶ ନିର୍ମାଣରେ ବିଶ୍ୱକର୍ମା ଭଳି କର୍ତ୍ତବ୍ୟ ନିର୍ବାହ କରିଚାଲିଛନ୍ତି। ଏହା ସହିତ ପରିବଶେ ଓ ବାତାବରଣକୁ ସୁସ୍ଥ ସମୃଦ୍ଧ ରଖିବା ସହିତ ସୌରଶକ୍ତି କ୍ଷେତ୍ରରେ ମଧ୍ୟ ଇଞ୍ଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ସମ୍ମାନିତ ଅତିଥି ଭାବେ ବିପିୟୁଟିର କୁଳପତି ଡଃ ଚିତ୍ତରଞ୍ଜନ ତ୍ରିପାଠୀ, ବୁର୍ଲା ଭିଏସ୍‌ଏସ୍‌ୟୁଟିର ବରିଷ୍ଠ ପ୍ରଫେସର ଡଃ ବଂଶୀଧର ମାଝୀ, ଓୟୁଟିଏଆରସିର ବରିଷ୍ଠ ପ୍ରଫେସର ଡଃ ପି.କେ. ପାତ୍ର, ଗ୍ରୁଜିପ୍ ଇଣ୍ଡିଆର ଯୁବ ଉଦ୍ୟୋଗପତି ଆନନ୍ଦ କୁମାର ମିଶ୍ର, ଯୁବ ଉଦ୍ୟୋଗପତି ସ୍ୱାତିକ ସ୍ୱାଇଁ, ଥିଙ୍କ୍‌ ଜୋନର ବିନାୟକ ଆଚାର୍ଯ୍ୟ, ଷ୍ଟାର୍ଟଅପ୍ ଓଡ଼ିଶାର ସଂଯୁକ୍ତା ବଢେଇ, ଜେଏସ୍‌ଡବ୍ଲର ପ୍ରକଳ୍ପ ମୁଖ୍ୟ ଅଶେଷ ପାଢୀ, ଯୁବ ଇଞ୍ଜିନିୟର ଇଂ ପାର୍ଥସାରଥୀ ମୁଦୁଲି, ଇଂ ଶକ୍ତି ପ୍ରସାଦ ରଥ, ଇଂ ସଂସଦ କୁମାର ନାୟକ ପ୍ରମୁଖ ଯୋଗଦେଇ ନୂତନ ଜ୍ଞାନକୌଶଳ ସାହାଯ୍ୟରେ ନୂତନ ନିର୍ମାଣ କରି ପରିବର୍ତ୍ତନ ଓ ନେତୃତ୍ୱର ସେତୁ ତିଆରି କରିବା ହିଁ ପ୍ରତ୍ୟେକ ଇଞ୍ଜିନିୟରମାନଙ୍କର ମୂଳ ଲକ୍ଷ୍ୟ ବୋଲି କହିଥିଲେ।

ତେଣୁ ସ୍ରଷ୍ଟାର ମହାନ ଦିବସ, ସୃଷ୍ଟିର ସୁରକ୍ଷା ଓ ପ୍ରଗତି ପାଇଁ ସର୍ବଦା ସମର୍ପିତ ଯନ୍ତ୍ରୀ ମାନଙ୍କର ଏହି ସ୍ମରଣୀୟ ଦିନରେ ଆମେ ସମସ୍ତେ ବ୍ରତୀ ହେବା ଆମ ଶ୍ରମ ଓ ଭାବନା ଏକ ନୂତନ ଦିଶାଯୁକ୍ତ ସ୍ୱଚ୍ଛ ପୃଥିବୀ ପାଇଁ ସମର୍ପିତ ହେଉ । ସୃଷ୍ଟିର ସୁରକ୍ଷା ଓ ଜୀବ ଉପଯୋଗୀ ପରିବେଶ ପାଇଁ ଇଞ୍ଜିନିୟରମାନଙ୍କ ଚିନ୍ତନ ସର୍ବଦା ରହିଥାଉ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦିନ ଛଅଟି ରାଶିର ବ୍ୟକ୍ତିମାନେ ହେବେ ଧନବାନ୍, ଜାଣନ୍ତୁ ରାଶିଫଳ

March 3, 2026

ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ: ଏଥର ଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ

March 2, 2026

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ 

March 2, 2026

ଭାରତଠାରୁ ହାରିବା ପରେ କାର୍ଯ୍ୟାନୁଷ୍ଠାନ ନେଲା ପାକିସ୍ତାନ: ଖେଳାଳିଙ୍କ ଉପରେ ଲଗାଇଲା ୫୦ ଲକ୍ଷ ଜରିମାନା

March 2, 2026
Latest News

ଆଜି ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦିନ ଛଅଟି ରାଶିର ବ୍ୟକ୍ତିମାନେ ହେବେ ଧନବାନ୍, ଜାଣନ୍ତୁ ରାଶିଫଳ

March 3, 2026

ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ: ଏଥର ଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ

March 2, 2026

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ 

March 2, 2026

ଭାରତଠାରୁ ହାରିବା ପରେ କାର୍ଯ୍ୟାନୁଷ୍ଠାନ ନେଲା ପାକିସ୍ତାନ: ଖେଳାଳିଙ୍କ ଉପରେ ଲଗାଇଲା ୫୦ ଲକ୍ଷ ଜରିମାନା

March 2, 2026

ଏନଏବିଏମ ପରିସରରେ ‘ମାୟା ସାହିତ୍ୟ’ ପକ୍ଷରୁ ସାହିତ୍ୟିକ ଆଲୋଚନା ଚକ୍ର

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.