ଅକ୍ଷୟ କୁମାର ଅଭିନୀତ ଫିଲ୍ମ ଲକ୍ଷ୍ମୀ ବମ୍ବର ନିର୍ଦ୍ଦେଶକ ପଦରୁ ଓହରିଛନ୍ତି ରାଘବା ଲରେନ୍ସ। ଗତକାଲି ଏହି ଫିଲ୍ମର ଫାଷ୍ଟ ଲୁକ୍ ଅକ୍ଷୟ କୁମାର ଟ୍ବିଟ୍ଟର ଜରିଆରେ ସେୟାର କରିବା ପରେ ଆଜି ଲରେନ୍ସ ରାଘବା ଏହି ଫିଲ୍ମରୁ ଓହରିଛନ୍ତି। ଫିଲ୍ମରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ମୂଳ ତାମିଲ ଫିଲ୍ମ କଞ୍ଚନାର ନିର୍ଦ୍ଦେଶକ। ରାଘବା କହିଛନ୍ତି ଗତକାଲି ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିଲା ମାତ୍ର ଏହାକୁ ନେଇ ମୋ ନିକଟରେ କୌଣସି ଖବର ନଥିଲା। ଫିଲ୍ମରେ ଅକ୍ଷୟଙ୍କ ସହିତ କାମ କରିବାରେ ତାଙ୍କୁ କୌଣସି ଅସୁବିଧା ନାହିଁ ଏବଂ ଖୁବ୍ଶୀଘ୍ର ମୁଁ ଅକ୍ଷୟଙ୍କୁ ଭେଟି ଫିଲ୍ମର କାହାଣୀ ପ୍ରଦାନ କରିବି ବୋଲି ରାଘବା ପ୍ରକାଶ କରିଛନ୍ତି। ପ୍ରଯୋଜକଙ୍କ ସହିତ ମୋର କୌଣସି ଚୁକ୍ତି ହୋଇ ନାହିଁ ଏବଂ ମୁଁ ଚାହିଁଲେ ଫିଲ୍ମ ବନ୍ଦ କରି ପାରିବି ମାତ୍ର ଅକ୍ଷୟଙ୍କ ପ୍ରତି ରହିଥିବା ସମ୍ମାନ ଯୋଗୁଁ ମୁଁ ଅକ୍ଷୟଙ୍କୁ ଭେଟି ଫିଲ୍ମର ସ୍କ୍ରିପ୍ଟ ପ୍ରଦାନ କରିବି ବୋଲି କହିଛନ୍ତି ରାଘବା। ଫିଲ୍ମର ଟିମ୍ ଅନ୍ୟ କୌଣସି ନିର୍ଦ୍ଦେଶକଙ୍କୁ ନେଇ ପ୍ରକଳ୍ପ ସମ୍ପୂର୍ଣ୍ଣ କରିନିଅନ୍ତୁ ଏବଂ ସମ୍ପୂର୍ଣ୍ଣ ଟିମ୍କୁ ମୋର ଶୁଭକାମନା ବୋଲି ଟ୍ବିଟ୍ଟ କରିଛନ୍ତି ରାଘବ।
ଲକ୍ଷ୍ମୀ ବମ୍ବ ଫିଲ୍ମରୁ ଓହରିଲେ ନିର୍ଦ୍ଦେଶକ ରାଘବା ଲରେନ୍ସ
Published:
May 19, 2019, 1:49 pm IST
Tags: