Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣମାଧ୍ୟମ କର୍ମୀଙ୍କୁ ତେଜପ୍ରତାପଙ୍କ ସୁରକ୍ଷାକର୍ମୀଙ୍କ ଆକ୍ରମଣ
ଆଜିର ଖବର

ଗଣମାଧ୍ୟମ କର୍ମୀଙ୍କୁ ତେଜପ୍ରତାପଙ୍କ ସୁରକ୍ଷାକର୍ମୀଙ୍କ ଆକ୍ରମଣ

May 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
media person attacked by tej prataps men
media person attacked by tej prataps men

ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ଗଣମାଧ୍ୟମ କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଜଣେ ଦୈନିକ ଖବରକାଗଜର ଫଟୋଗ୍ରାଫର ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଜଣେ କ୍ୟାମେରାମ୍ୟାନଙ୍କ ଗୋଡ଼ ଗାଡି ଚକା ତଳେ ଆସିଯାଇଛି । ତେଜପ୍ରତାପ ଯାଦବ ନିଜ ସମର୍ଥକଙ୍କ ସହ ଭୋଟ୍ ଦେବା ପାଇଁ ପାଟଣାର ଭେଟେନାରୀ କଲେଜ୍ ପଡିଆ ପାଖ ମତଦାନ କେନ୍ଦ୍ରରେ ପହଁଚିବା ପରେ ଏହି ଘଟଣା ଘଟିଥିଲା । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆକ୍ରମଣକୁ ତେଜପ୍ରତାପ ଅସ୍ବୀକାର କରିବା ସହ ତାଙ୍କ ଗାଡି ଉପରକୁ ଆକ୍ରମଣ କରାଯିବା ସହ କାଚ ଭଙ୍ଗା ଯାଇଥିବାର ଅଭିଯୋଗ ଆଣିଥିଲେ । ଆମ ଲୋକଙ୍କ ଉପରକୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରାଗଲା । ତେଜପ୍ରତାପ ସୁରକ୍ଷାକର୍ମୀଙ୍କ ଦ୍ୱାରା ମାରପିଟକୁ ମଧ୍ୟ ଖଣ୍ଡନ କରିଛନ୍ତି । ଗୁରୁତର ଗଣମାଧ୍ୟମ କର୍ମଚାରୀଙ୍କ କହିବାନୁସାରେ ତାଙ୍କ ଗୋଡ଼ ଉପରେ ତେଜପ୍ରତାପ ଗାଡ଼ି ଚଢାଇଛନ୍ତି । ଯାହାପରେ ସେ ନିଜ ହାତରେ ଗାଡିକୁ ଧକ୍କା ମାରିଥିଲେ । ତେବେ ତେଜପ୍ରତାପ ନିଜ ସୁରକ୍ଷା ପାଇଁ ସରକାରୀ ଗାର୍ଡସଙ୍କ ସହ ବାଉନ୍ସରଙ୍କୁ ମଧ୍ୟ ସାଙ୍ଗରେ ନେଇ ଚାଲିଥାନ୍ତି । ଏହାପୂର୍ବରୁ ବିହାର ବିଧାନସଭା ପରିସରରେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଏବଂ ବାଉନ୍ସରଙ୍କ ପ୍ରବେଶ ନେଇ ବିବାଦ ଦେଖା ଦେଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Latest News

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.