Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାୱନ କିର୍‌ପାଲ୍ ରୁହାନି ମିଶନର ୨୬ତମ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ ଉଦଘାଟିତ
ଆଜିର ଖବର

ସାୱନ କିର୍‌ପାଲ୍ ରୁହାନି ମିଶନର ୨୬ତମ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ ଉଦଘାଟିତ

September 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାୱନ କିର୍‌ପାଲ୍ ରୁହାନି ମିଶନର ୨୬ତମ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବର: ସାୱନ କିର୍‌ପାଲ୍ ରୁହାନି ମିଶନ ଓ ୱାଲ୍‌ର୍ଡ଼ କାଉନ୍‌ସିଲ୍ ଅଫ୍ ରିଲିଜନ୍‌ସର ଅଧ୍ୟକ୍ଷ ସନ୍ଥ ରାଜିନ୍ଦର ସିଂ ଜୀ ମହାରାଜଙ୍କର ପାବନ ସାନିଧ୍ୟରେ ୨୬ତମ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀର ଆୟୋଜନ ୧୩ରୁ ୧୮ ସେପ୍ଟେମ୍ବର ୨୦୨୨ରେ କୃପାଳ୍ ବାଗ୍‌, ସନ୍ଥ କ୍ରିପାଲ୍ ସିଂ ମାର୍ଗ, ଦିଲ୍ଲୀ-୯ ଏବଂ ୧୯ ରୁ ୨୦ ସେପ୍ଟେମ୍ବର ୨୦୨୨ ରେ ସନ୍ଥ ଦର୍ଶନ ସିଂ ଜୀ ଧାମ ବୁରାଡ଼ି, ଦିଲ୍ଲୀରେ ଆୟୋଜିତ କରାଯାଉଛି।

ଆଠ ଦିନ ପର୍ଯ୍ୟନ୍ତ ଚାଲୁଥିବା ଏଇ ସମ୍ମିଲନୀରେ ଧ୍ୟାନଅଭ୍ୟାସର ଅନ୍ତରାଷ୍ଟ୍ରୀୟ ଖ୍ୟାତିପ୍ରାପ୍ତ ଆଧ୍ୟାତ୍ମୀକ ଗୁରୁ ପରମ ପୂଜନୀୟ ସନ୍ଥ ରାଜିନ୍ଦର ସିଂ ଜୀ ମହାରାଜଙ୍କର ଦିବ୍ୟ ପ୍ରବଚନ ଶୁଣିବାର ମଧ୍ୟ ଶୁଭଅବସର ପ୍ରାପ୍ତହେବ।

ସମ୍ମିଳନୀର ଉଦ୍‌ଘାଟନ ଅବସରରେ ମାନବତାର କଲ୍ୟାଣପାଇଁ ୧୩ ସେପ୍ଟେମ୍ବର ୨୦୨୨ରେ ୫୮ତମ ରକ୍ତଦାନ ଶିବିରର ଆୟୋଜନ କ୍ରିପାଲ୍‌ବାଗରେ ହୋଇଥିଲା। ସମ୍ମିଳନୀର ପ୍ରାତଃକାଳ ସମୟରେ ପ୍ରତିଦିନ ଧ୍ୟାନ ଅଭ୍ୟାସର କାର୍ଯ୍ୟଶାଳା ଅନୁଷ୍ଠିତ ହେବ ଯେଉଁଥିରେ ଧ୍ୟାନ ଅଭ୍ୟାସର ବିଧି ବ୍ୟତୀତ ତା ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ବିସ୍ତୃତ ଭାବରେ ବୁଝାଯିବ।

୧୩ ସେପ୍ଟେମ୍ବର ସମ୍ମିଳନୀର ଉଦ୍‌ଘାଟନ ସମୟରେ ଆତ୍ମିକ (ରୁହାନି) ମୁଶାୟରା ଓ ୧୪ ସେପ୍ଟମ୍ବରକୁ “ଦର୍ଶନ – ଦିବ୍ୟ ପ୍ରେମ ଓ କରୁଣାର ମସିହା” ବିଷୟରେ ସେମିନାର ବା ଆଧ୍ୟାତ୍ମିକ ପ୍ରବଚନର ଆୟୋଜନ ମଧ୍ୟ କ୍ରିପାଲ୍ ବାଗ୍ ରେ କରାଯାଇଥିଲା।
୨୬ତମ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନର ସମାପନ ଦିବସ ୨୦ ସେପ୍ଟେମ୍ବର ୨୦୨୨ ରେ ସନ୍ଥ ଦର୍ଶନ ସିଂ ଜୀ ଧାମ ବୁରାଡ଼ି ରେ ଆୟୋଜିତ କରାହେବ। ଏଠାରେ ଆମେ ଜାଣିରଖିବା କଥା ଯେ ୨୦ ସେପ୍ଟେମ୍ବର ସନ୍ଥ ରାଜିନ୍ଦର ସିଂ ଜୀ ମହାରାଜଙ୍କର ଜନ୍ମଦିନ ଅଟେ। ସାରା ବିଶ୍ୱରେ ଏହି ଦିନକୁ ଅନ୍ତରାଷ୍ଟ୍ରୀୟ ଧ୍ୟାନ ଦିବସରୂପେ ପାଳନ କରାଯାଇଥାଏ।

ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀର ଆୟୋଜନ ସମସ୍ତ ମାନବଜାତିରେ ଆଧ୍ୟାତ୍ମିକ ମାଧ୍ୟମରେ ପ୍ରେମ, ଶାନ୍ତି ଓ ମାନବ ଏକତାର ପ୍ରଚାର ପ୍ରସାର ପାଇଁ କରାଯାଇଥାଏ।
ଏଇ ସମ୍ମିଳନୀରେ ଭାରତର ପ୍ରମୁଖ ଧର୍ମାଚାର୍ଯ୍ୟ ମାନଙ୍କ ସହିତ ଅନେକ ଧାର୍ମିକ ନେତା ମଧ୍ୟ ସମ୍ବୋଧିତ କରିବେ। ଏହା ବ୍ୟତୀତ ବିଶ୍ୱର ଅନେକ ଦେଶରୁ ଯେମିତି ଆମେରିକା, ଜର୍ମାନୀ ଏବଂ ଇଂଲଣ୍ଡର ବିଭିନ୍ନ ପ୍ରତିନିଧି ବିଶ୍ୱଶାନ୍ତି ଭାତୃତ୍ୱ ଓ ଆନ୍ତରିକ ଶାନ୍ତି ବିଷୟରେ ନିଜ ନିଜର ବିଚାର ବ୍ୟକ୍ତ କରିବେ।

ସମ୍ମିଳନୀରେ ଭାରତର ହଜାର ହଜାର ଲୋକଙ୍କ ବ୍ୟତୀତ ବିଭିନ୍ନ ଦେଶରୁ ପ୍ରାୟତଃ ୮୦୦ ପତିନିଧି ଭାଗ ନେଉଛନ୍ତି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବାପାଇଁ ୮୦ ଜଣ ପ୍ରତିଭାଗି ଦିଲ୍ଲୀ ଯାଇଛନ୍ତି। ମିଶନର ଓଡ଼ିଶା କେନ୍ଦ୍ର ଦ୍ୱାରା ଅନେକ ପରୋପକାରି ଗତିବିଧି ଯେପରି କେନ୍ଦୁଝରର ସୁନା ନଦୀ ଜଳର ବିଶୁଦ୍ଧିକରଣ ଉପରେ କାର୍ଯ୍ୟ, ଫାଇଲିନ୍ ସମୟରେ ଅନେକ ବନ୍ଦୋବସ୍ତ, ମେଲେରିଆ ରୋଗୀଙ୍କୁ ମଶାରି ବଣ୍ଟନ, ଯାଯପୁରର ବନ୍ୟା ପ୍ରପିଡ଼ିତ ଅଂଚଳରେ ଖାଦ୍ୟ ବଣ୍ଟନ, ଭୂବନେଶ୍ୱର ଶାଖାରେ ରକ୍ତଦାନ ଶିବିରର ଆ୍ୟୟୋଜନ, ମାଗଣାରେ ଭୂବନେଶ୍ୱର ଆଶ୍ରମରେ ସମସ୍ତ ବର୍ଗର ଲୋକମାନଙ୍କୁ କମ୍ପୁଟର ଶିକ୍ଷାଦାନ ଇତ୍ୟାଦି କାର୍ଯ୍ୟକ୍ରମ କରିଆସୁଛି।

ସନ୍ଥ ଦର୍ଶନ ସିଂଜୀ ମହାରାଜଙ୍କର ଜନ୍ମଦିନ ଉପଲକ୍ଷେ ଭୂବନେଶ୍ୱର ଶାଖା ତରଫରୁ ଜାଁଲା ସ୍ଥିତ ‘ସହାୟ’ ବୃଦ୍ଧାଶ୍ରମରେ ବୃକ୍ଷରୋପଣ କରାଯାଇଥିଲା। ଜୟଦେବ ବିହାର ସ୍ଥିତ ଆଶ୍ରମ ଶାହି ପଡ଼ିଶାଙ୍କ ଘରକୁ ଯାଇ ଚାରା (ବୃକ୍ଷ) ଦିଆଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025
Latest News

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025

ନୂତନ ଜିଏସଟି ହାର ଚାଷୀମାନଙ୍କ ପାଇଁ ଏକ ବରଦାନ: କେନ୍ଦ୍ର କୃଷି ମନ୍ତ୍ରୀ

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.