ଇଭିଏମ୍ ଏବଂ ପୋଷ୍ଟାଲ ବାଲାଟ ଗଣତି ଏକା ସାଙ୍ଗରେ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଚିଠି ଜରିଆରେ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ପ୍ରଥମେ ଇଭିଏମ୍ ଗଣନା ଶେଷ ହେବା ପରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଭିଭିପାଟ୍ ଗଣନା ଆରମ୍ଭ ହେବ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି। ପୋଷ୍ଟାଲ ବାଲାଟର ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ଘଟିଥିବା ବେଳେ ଏହାର ଗଣନା ନେଇ ଆବଶ୍ୟକୀୟ କ୍ୟୁ ଆର କୋଡ୍ ଯୋଗାଇ ଦିଆଯିବ। ପ୍ରତି ନିର୍ବାଚନ ମଣ୍ଡଳୀରୁ ୫ଟି ଇଭିଏମ୍ର ଭିଭିପାଟ୍ ସଂଖ୍ୟା ଗଣନା କରାଯିବ।
Tags: