Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ୱଲପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାଧାପ୍ରାପ୍ତ ହେବ ଏହିସବୁ ଟ୍ରେନ
ଆଜିର ଖବର

ସମ୍ୱଲପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାଧାପ୍ରାପ୍ତ ହେବ ଏହିସବୁ ଟ୍ରେନ

September 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସମ୍ୱଲପୁର-ଟିଟିଲାଗଡ ରେଳ ସେକ୍ସନର ଦେବାହାଲ-ବରଗଡ ରୋଡ-ବରପାଲି ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଚାଲିଛି। ଦୋହରୀକରଣ ପ୍ରକଳ୍ପର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ।

ଟ୍ରେନ ବାତିଲ୍:

08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ବିଶେଷ ଟ୍ରେନ ସମ୍ବଲପୁର ଠାରୁ 22 ରୁ 30 ସେପ୍ଟେମ୍ବର, 2022 ମଧ୍ୟରେ ଏବଂ ଜୁନଗଡ଼ ରୋଡରୁ 23 ସେପ୍ଟେମ୍ବର ରୁ 1 ଅକ୍ଟୋବର, 2022 ମଧ୍ୟରେ ବାତିଲ ରହିବ।

08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ପାସେଞ୍ଜର ବିଶେଷ ଟ୍ରେନ ଟିଟିଲାଗଡ ଠାରୁ 23 ସେପ୍ଟେମ୍ବରରୁ 1 ଅକ୍ଟୋବର, 2022 ମଧ୍ୟରେ ଏବଂ ବିଳାସପୁରରୁ 22 ରୁ 30 ସେପ୍ଟେମ୍ବର, 2022 ମଧ୍ୟରେ ବାତିଲ ରହିବ।

08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ସ୍ପେଶାଲ ଟିଟିଲାଗଡରୁ 22 ରୁ 30 ସେପ୍ଟେମ୍ବର ମଧ୍ୟରେ ଏବଂ ରାୟପୁରରୁ 23 ସେପ୍ଟେମ୍ବରରୁ 1 ଅକ୍ଟୋବର, 2022 ମଧ୍ୟରେ ବାତିଲ ରହିବ।

18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 23 ରୁ 30 ସେପ୍ଟେମ୍ବର, 2022 ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

20809/20810 ସମ୍ବଲପୁର-ନନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ଠାରୁ 23 ଓ 25 ସେପ୍ଟେମ୍ବର 2022 ରେ ଏବଂ ନନ୍ଦେଡ଼ ଠାରୁ 24 ଏବଂ 26 ସେପ୍ଟେମ୍ବର, 2022 ରେ ବାତିଲ ରହିବ।

18189/18190 ଟାଟା-ଏର୍ଣ୍ଣାକୁଲମ-ଟାଟା ଏକ୍ସପ୍ରେସ ଟାଟା ଠାରୁ 25 ଏବଂ 29 ସେପ୍ଟେମ୍ବରରେ ଏବଂ ଏର୍ଣ୍ଣାକୁଲମ ଠାରୁ 25 ଏବଂ 28 ସେପ୍ଟେମ୍ବର 2022 ରେ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସୁପର ଫାଷ୍ଟ ଇଣ୍ଟର ସିଟି ଏକ୍ସପ୍ରେସ 23 ରୁ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଉଭୟ ଦିଗରୁ ଭୁବନେଶ୍ୱର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ।

18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ 22 ରୁ 30 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଏବଂ ଜଗଦଳପୁରରୁ 23 ସେପ୍ଟେମ୍ବରରୁ 1 ଅକ୍ଟୋବର 2022 ପର୍ଯ୍ୟନ୍ତ ହାଓଡ଼ା ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ।

12871 ଓ 22861/12872 ଓ 22862 ହାଓଡ଼ା-ଟିଟିଲାଗଡ / କାଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ହାଓଡ଼ା ଠାରୁ 23 ରୁ 30 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଏବଂ ଟିଟିଲାଗଡ/କଣ୍ଟାବାଞ୍ଜୀ ଠାରୁ 24 ସେପ୍ଟେମ୍ବର ରୁ 1 ଅକ୍ଟୋବର, ୨୦୧୨ ପର୍ଯ୍ୟନ୍ତ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଏବଂ ଟିଟିଲାଗଡ / କଣ୍ଟାବାଞ୍ଜୀ ମଧ୍ୟରେ ବାତିଲ ରହିବ।

ତାମ୍ବରମ୍-ଜସିଡିହ ଏକ୍ସପ୍ରେସର ମାର୍ଗପରିବର୍ତ୍ତନ:

12375/12376 ତାମ୍ବରମ୍-ଜସିଡିହ-ତାମ୍ବରମ୍ ଏକ୍ସପ୍ରେସ 24 ସେପ୍ଟେମ୍ବରରେ ତାମ୍ବରମରୁ ଏବଂ 28 ସେପ୍ଟେମ୍ବର 2022 ରେ ଜସିଡିହରୁ ବିଜୟନଗରମ-ରାୟଗଡା-ଟିଟିଲାଗଡ-ସମ୍ବଲପୁର ମାର୍ଗ ପରିବର୍ତ୍ତେ ବିଜୟନଗରମ-ଖୋର୍ଦ୍ଧା ରୋଡ୍-ନରାଜ-ଅନୁଗୁଳ ଓ ସମ୍ବଲପୁର ମାର୍ଗଦେଇ ଚଳାଚଳ କରିବ।

କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ବାତିଲ:

ଏହା ବ୍ୟତୀତ, 08438/08437 କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ 19 ରୁ 25 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ କପିଲାସ ରୋଡ ଓ ନିର୍ଗୁଣ୍ଡି ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟକ୍ଷମ ଜନିତ ନନ -ଇଣ୍ଟର ଲକିଙ୍ଗ କାର୍ଯ୍ୟ ପାଇଁ ବାତିଲ ରହିବ।

ଆଧୁନିକୀକରଣ କାର୍ଯ୍ୟ ନିରାପତ୍ତା ସମ୍ବନ୍ଧୀୟ
Share. Facebook Twitter LinkedIn Email WhatsApp Copy Link

Related Posts

ଅଭିନେତ୍ରୀ ଉର୍ବଶୀ ରଉତେଲା ଏବଂ ପୂର୍ବତନ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଇଡି ର ସମନ

September 14, 2025

ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ: ଥରିଲା ବଙ୍ଗଳା ଏବଂ ଭୁଟାନ

September 14, 2025

ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ସମସ୍ତ ଭାଷାକୁ ସମୃଦ୍ଧ କରିବାକୁ ଆହ୍ୱାନ

September 14, 2025

ନିଘଚଂ ଅରଣ୍ୟର ଅଧିଷ୍ଠାତ୍ରୀ ଦେବୀ: ଗୁପ୍ତସିଂ ରୁପରେ ଦର୍ଶନ ଦେଲେ ମା’ ଖିଲାମୁଣ୍ଡା

September 14, 2025
Latest News

ଅଭିନେତ୍ରୀ ଉର୍ବଶୀ ରଉତେଲା ଏବଂ ପୂର୍ବତନ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଇଡି ର ସମନ

September 14, 2025

ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ: ଥରିଲା ବଙ୍ଗଳା ଏବଂ ଭୁଟାନ

September 14, 2025

ଅଷ୍ଟମ ରାଜ୍ୟ ମହସଭା ପାଇଁ ପ୍ରସ୍ତୁତି ବୈଠକ

September 14, 2025

ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ସମସ୍ତ ଭାଷାକୁ ସମୃଦ୍ଧ କରିବାକୁ ଆହ୍ୱାନ

September 14, 2025

ନିଘଚଂ ଅରଣ୍ୟର ଅଧିଷ୍ଠାତ୍ରୀ ଦେବୀ: ଗୁପ୍ତସିଂ ରୁପରେ ଦର୍ଶନ ଦେଲେ ମା’ ଖିଲାମୁଣ୍ଡା

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.