Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶେଷ ହେଲା ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ପ୍ରକ୍ରିୟା : ମେ ୨୩କୁ ଅପେକ୍ଷା
ଆଜିର ଖବର

ଶେଷ ହେଲା ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ପ୍ରକ୍ରିୟା : ମେ ୨୩କୁ ଅପେକ୍ଷା

May 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ଇଭିଏମ୍‌ରେ ସିଲ୍‌ ହୋଇଛି ଦେଶର ସବୁ ରାଜନେତାଙ୍କ ଭାଗ୍ୟ । ଚଳିତ ଲୋକସଭା ନିର୍ବାଚନରେ ୭ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି । । ୧୭ତମ ଲୋକସଭା ନିର୍ବାଚନରେ ଚଳିତଥର ବହୁ ଉତ୍ଥାନ ପତନ ଦେଖାଦେଇଛି ।  ଏପ୍ରିଲ୍‌ ୧୧ରୁ ନିର୍ବାଚନ ଆରମ୍ଭ ହୋଇ ମେ ୧୯ ତାରିଖରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୯୧ଟି ଆସନ, ଦ୍ବିତୀୟ ପର୍ଯ୍ୟାୟରେ ୯୭ଟି ଆସନ, ତୃତୀୟ ପର୍ଯ୍ୟାୟରେ ୧୧୫ଟି ଆସନ, ଚତୁର୍ଥ ପର୍ଯ୍ୟାୟରେ ୭୧ଟି ଆସନ, ପଞ୍ଚମ ପର୍ଯ୍ୟାୟରେ ୫୧ଟି ଆସନ, ଷଷ୍ଠ ପର୍ଯ୍ୟାୟରେ ୫୯ଟି ଆସନ ଓ ସପ୍ତମ ପର୍ଯ୍ୟାୟରେ ୫୯ଟି ଆସନ ପାଇଁ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହୋଇଥିଲା । ତେବେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । ଦେଶର ସମସ୍ତ ୫୪୨ଟି ଲୋକସଭା ଆସନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି । ଚଳିତ ଥର ନିର୍ବାଚନରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଅନୁଭୂତ ହୋଇଛି । ଆସନ୍ତା ମେ ୨୩ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Latest News

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.