Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲ୍‌ରେ ସୁସ୍ଥ ହେଲା ଗୁରୁତର ଭାବେ ପୋଡି ହୋଇଯାଇଥିବା ଶିଶୁ
ଆଜିର ଖବର

ସମ୍ ହସ୍ପିଟାଲ୍‌ରେ ସୁସ୍ଥ ହେଲା ଗୁରୁତର ଭାବେ ପୋଡି ହୋଇଯାଇଥିବା ଶିଶୁ

September 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ଦୁର୍ଘଟଣାର ଶିକାର ହୋଇ ଶରୀରର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ଏକ ୪ ବର୍ଷର ଶିଶୁ କନ୍ୟା ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛି। ହସ୍ପିଟାଲ୍‌ର ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଫଳ ଚିକିତ୍ସା ଯୋଗୁଁ ଶିଶୁଟି ସୁ୍‌ସ୍ଥ ହୋଇ ଘରକୁ ଫେରିଛି।

ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ନାମକ ଏହି ଶିଶୁ କନ୍ୟାଟିର ଏକ ଦୁର୍ଘଟଣାରେ ମୁହଁ, ବେକ ଓ ଶରୀରର ଉପର ଭାଗର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ବେଳେ ତାଙ୍କ ମା’ଙ୍କ ଶରୀର ୯୦ ପ୍ରତିଶତ ପୋଡି ହୋଇଯାଇଥିଲା। ତେବେ ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ସମସ୍ତ ଚିକିତ୍ସା ଓ ଉଦ୍ୟମ ସତ୍ୱେ ଶିଶୁଟିର ମା’ ବଂଚିପାରି ନଥିଲେ।

ତେବେ ଶିଶୁଟିକୁ ଆଇସିୟୁରେ ରଖାଯାଇ ସମସ୍ତ ପ୍ରକାର ଉନ୍ନତ ଧରଣର ଚିକିତ୍ସା ଆରମ୍ଭ କରାଯାଇଥିଲା। ସବୁଦିନ ଡ୍ରେସିଂ ସହିତ ଆବଶ୍ୟକୀୟ ମାତ୍ରାର ଆଂଟିବାୟୋଟିକ ଏବଂ ଅନ୍ୟାନ୍ୟ ଔଷଧ ପ୍ରଦାନ କରାଯାଉଥିଲା। ତା’ର ଶରୀରରେ ଦୁଇଟି ଅସ୍ତ୍ରୋପଚାର କରାଯିବା ସହ ଶିଶୁଟିର ବାପାଙ୍କ ଶରୀରରୁ ଚର୍ମ ଅଣାଯାଇ ଶିଶୁଟିର କ୍ଷତ ସ୍ଥାନରେ ପ୍ରତ୍ୟାରୋପଣ କରାଯାଇଥିଲା।

ପ୍ରାୟ ୪୦ ଦିନର ଚିକିତ୍ସା ପରେ ଶିଶୁଟି ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛି। ସେ ଏବେ ସୁସ୍ଥ ଅଛି ଏବଂ ଆଗାମୀ ଦିନରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।

ଶିଶୁଟି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରାଜେଶ ଗନ୍ତାୟତଙ୍କ ଅଧୀନରେ ଚିକିତ୍ସିତ ହୋଇଥିବା ବେଳେ ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ ମିଶ୍ର, ଆସୋସିଏଟ୍ ପ୍ରଫେସର ବିନାୟକ ମିଶ୍ର ଏବଂ ଡାକ୍ତର ଏମ୍ ଲୋପାମୁଦ୍ରା ମିଳିତ ଭାବେ ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଥିଲେ।

ଦୁର୍ଘଟଣାର ଶିକାର ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ବାରଙ୍ଗରୁ ହଟିଲା ରାସ୍ତା ଅବରୋଧ

May 29, 2026

ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ

May 29, 2026

ଯୌତୁକ ନିର୍ଯାତନା ମାମଲାରେ କଡ଼ା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

May 29, 2026

ରେଢ଼ାଖୋଲର ହାତୀଧାରା ଜଙ୍ଗଲରେ ମିଳିଲା ପ୍ରାଚୀନ ଶୈଳଚିତ୍ର ଏବଂ ପ୍ରସ୍ତର ଉପକରଣ

May 29, 2026
Latest News

ବାରଙ୍ଗରୁ ହଟିଲା ରାସ୍ତା ଅବରୋଧ

May 29, 2026

ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ

May 29, 2026

ଯୌତୁକ ନିର୍ଯାତନା ମାମଲାରେ କଡ଼ା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

May 29, 2026

ରେଢ଼ାଖୋଲର ହାତୀଧାରା ଜଙ୍ଗଲରେ ମିଳିଲା ପ୍ରାଚୀନ ଶୈଳଚିତ୍ର ଏବଂ ପ୍ରସ୍ତର ଉପକରଣ

May 29, 2026

ଅତିରିକ୍ତ ଗ୍ରୀଷ୍ମକାଳୀନ ଭିଡ଼ ନିୟନ୍ତ୍ରଣ: ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟାରେ ବୃଦ୍ଧି

May 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.