Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅରେଞ୍ଜକ୍ରସ ଏକ ଓଡିଶା ଭିତ୍ତିକ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ: ସମାପ୍ତ କରିଛି ୪ ବର୍ଷର ଗୌରବମୟ ସେବା
ଆଜିର ଖବର

ଅରେଞ୍ଜକ୍ରସ ଏକ ଓଡିଶା ଭିତ୍ତିକ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ: ସମାପ୍ତ କରିଛି ୪ ବର୍ଷର ଗୌରବମୟ ସେବା

September 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଅରେଞ୍ଜକ୍ରସ ଏକ ଓଡିଶା ଭିତ୍ତିକ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ। ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୪ ବର୍ଷର ଗୌରବମୟ ସେବା ସମାପ୍ତ କରିଛି। ଗତ ୪ ବର୍ଷ ମଧ୍ୟରେ କମ୍ପାନୀ ଓଡିଶା ରାଜ୍ୟରେ ଅନେକ ଲୋକଙ୍କ ମନକୁ ଛୁଇଁଛି। କମ୍ପାନୀ ବର୍ତ୍ତମାନ ଭୁବନେଶ୍ୱର, କଟକ, ବିଶାଖାପାଟନମରେ କାର୍ଯ୍ୟ କରୁଛି ଏବଂ ବେଙ୍ଗାଲୁରୁ ସହରରେ ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବ। ସର୍ବୋଚ୍ଚ ଗୁଣର ସେବା ପ୍ରଦାନ କରିବାକୁ ଅରେଞ୍ଜକ୍ରସ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓ ଏସ ଡି ଏ) ଅଧିନରେ ଏକ ତାଲିମ କାର୍ଯ୍ୟକ୍ରମ ଚଳାଇଛି।

ଏହି ପ୍ରୋଗ୍ରାମରେ ସାର୍ଟିଫିକେଟ ଲାଭ କରିଥିବା ଏଏନଏମ ନର୍ସ ମାନେ ସ୍ୱାଧିନ ଭାବରେ ଘରେ ଘରେ ରୋଗୀ ସେବା ଏବଂ ଜୀବନ ସହାୟତା ଉପକରଣ ପରିଚାଳନା କରିବାରେ ଦକ୍ଷ ଅଟନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ମନୋନୀତ ନର୍ସମାନଙ୍କୁ ସ୍ୱତନ୍ତ୍ର ଘରୋଇ ନର୍ସିଂ ତାଲିମ ଦିଆଯାଉଛି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୀର୍ଘକାଳୀନ ବୃତ୍ତି ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି।

ଏହିପରି ଭାବରେ ଅରେଞ୍ଜକ୍ରସ ନିଯୁକ୍ତି ଏବଂ ଲିଙ୍ଗଗତ ସମାନତା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରେ। ଅରେଞ୍ଜକ୍ରସ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ବିଶେଷ ଭାବରେ ପରିବାର ବିନା ସହରରେ ଏକା ରହୁଥିବା ବରିଷ୍ଠ ନାଗରିକଙ୍କ ସେବା ସୁଲଭ ମୂଲ୍ୟରେ ଦେଇଥାଏ। ବର୍ଦ୍ଧିତ ମନିଟରିଙ୍ଗ ଏବଂ ନର୍ସିଂ ଆବଶ୍ୟକ କରୁଥିବା ରୋଗୀ ମାନଙ୍କ ପାଇଁ ଏହା ଉପଯୋଗୀ ଅଟେ।

ଜୁନ ୨୦୧୮ରେ ଅରେଞ୍ଜକ୍ରସକୁ ଓଡିଶା ସରକାର ଏକ ଷ୍ଟାର୍ଟଅପ ଉଦ୍ୟୋଗ ଭାବରେ ମାନ୍ୟତା ଦେଇଥିଲେ। ଏହା ହୋମ ନର୍ସିଂ ପାଇଁ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଲାଇସେନ୍ସ ମଧ୍ୟ ପାଇଛି। ସିଇଓ ଅଜୟ ଭଞ୍ଜଙ୍କ ମତରେ ଅରେଞ୍ଜକ୍ରସ ଘରୋଇ ସ୍ୱାସ୍ଥ୍ୟସେବୀଙ୍କ କ୍ୟାରିୟରରେ ଏକ ସମ୍ମାନସ୍ପଦ ମୂଲ୍ୟ ସ୍ଥାପନ କରିବାରେ ସଫଳ ହୋଇଛି।

ଏହା ବ୍ୟତିତ ଘରୋଇ ସ୍ୱାସ୍ଥ୍ୟସେବାକୁ ମୂଖ୍ୟସେବା ଇକୋସିଷ୍ଟମର ଏକ ଅଭିନ୍ନ ଅଙ୍ଗ ଭାବରେ ପ୍ରସ୍ଥାପନ କରିବାକୁ ଅରେଞ୍ଜକ୍ରସ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026
Latest News

ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା

February 26, 2026

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.