ରବିବାର ରାତିରେ ବ୍ରାଜିଲ୍ରେ ଏକ ବାର୍ରେ ଗୁଳିକାଣ୍ଡ ଘଟି ୧୧ ଜଣଙ୍କର ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୫ ଜଣ ପୁରୁଷ ରହିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବେଲେମର ରାଜଧାନୀ ଗୁଆମର୍ର ଏକ ବାର୍ରେ କିଛି ଅଜଣା ବନ୍ଧୁକ ଧାରୀ ଆତତାୟୀ ଗୁଳି ଚାଳନା କରିଥିଲେ। ୭ ଜଣ ଆତତାୟୀ ଏହି ଆକ୍ରମଣରେ ସମ୍ପୃକ୍ତ ଥିଲେ। ଆତତାୟୀ ମାନେ ଗୋଟିଏ ବାଇକ୍ ଏବଂ ୩ଟି କାର୍ରେ ଆସି ଏହି ବର୍ବର କାଣ୍ଡ ଘଟାଇଥିଲେ। ଏହି ଘଟଣା ପରେ ବ୍ରାଜିଲରେ ବନ୍ଧୁକ ଲାଇସେନ୍ସ ଆଇନ୍ କଡାକଡି କରିବା ଉପରେ ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ଜେର ବୋଲସୋନାରୋ ନିଜ ନିର୍ବାଚନ ପ୍ରଚାରରେ ବନ୍ଧୁକ ଲାଇସେନ୍ସ ନିୟମ କଡାକଡି କରିବାର ପ୍ରତିଶ୍ରୁତି ଦେଇଥିଲେ। ୨୦୧୭ରେ ପ୍ରକାଶିତ ଏକ ସରକାରୀ ହିସାବ ଅନୁଯାୟୀ ବ୍ରାଜିଲ୍ରେ ବାର୍ଷିକ ୬୪ ହଜାର ଗୁଳିକାଣ୍ଡ ଜନିତ ମୃତ୍ୟୁ ହୋଇଥାଏ।
Tags: