Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୬ ବର୍ଷର ବିମୁଦ୍ରୀକରଣ ପରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠନ
ଆଜିର ଖବର

୬ ବର୍ଷର ବିମୁଦ୍ରୀକରଣ ପରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠନ

September 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୧୬ ମସିହାରେ ୬ ବର୍ଷର ବିମୁଦ୍ରୀକରଣ ପରେ, ବର୍ତ୍ତମାନ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହାର ବୈଧତା ଉପରେ ଶୁଣାଣି କରିବେ। ଏଥିପାଇଁ ଜଷ୍ଟିସ୍ ଏସ୍ ଅବଦୁଲ ନାଜିରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କ ଏକ ଖଣ୍ଡପୀଠ ଗଠନ କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୮ ତାରିଖରେ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣି ତାରିଖ ସ୍ଥିର କରିପାରନ୍ତି। ଏହି ମାମଲା ଡିସେମ୍ବର ୧୬ ତାରିଖ ୨୦୧୬ରେ ସମ୍ବିଧାନ ବେଞ୍ଚକୁ ପଠାଯାଇଥିଲା କିନ୍ତୁ, ଏହା ଗଠନ ହୋଇପାରି ନଥିଲା।

ଏହି ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠର ସଦସ୍ୟମାନେ- ଜଷ୍ଟିସ୍ ଏସ୍ ଅବଦୁଲ ନଜିର, ବି ଆର ଗଭଇ, ଏ ଏସ ବୋପାନ୍ନା, ଭି ରାମାସୁବ୍ରମଣ୍ୟମ୍ ଏବଂ ବିଭି ନାଗରତ୍ନା ନଭେମ୍ବର ୮ ତାରିଖ ୨୦୧୬ରେ କେନ୍ଦ୍ର ସରକାର ପୁରୁଣା ୫୦୦ ଏବଂ ୧୦୦୦ ନୋଟ୍ ପ୍ରତ୍ୟାହାର କରି ନେଇଥିଲେ। ଏହା ବିରୋଧରେ ଅନେକ ପିଟିସନ ଦାଖଲ କରାଯାଇଥିଲା। ନଭେମ୍ବର ୧୫ ତାରିଖ ୨୦୧୬ ରେ ବିମୁଦ୍ରୀକରଣ ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ତତ୍କାଳୀନ ପ୍ରଧାନ ବିଚାରପତି ଟି.ଏସ୍ ଠାକୁର କହିଥିଲେ, “ଏହି ଯୋଜନା ପଛରେ ସରକାରଙ୍କ ଉଦ୍ଦେଶ୍ୟ ପ୍ରଶଂସନୀୟ। ଆମେ ଅର୍ଥନୈତିକ ନୀତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ କିନ୍ତୁ ଲୋକଙ୍କ ଅସୁବିଧାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ସରକାର ଏହି ଦିଗରେ ଏକ ଆଫିଡେଭିଟ୍ ଦାଖଲ କରିବା ଉଚିତ୍ ବୋଲି ସେ କହିଛନ୍ତି।

ପରେ, ଆବେଦନକାରୀ ପକ୍ଷର ଓକିଲମାନେ ଯୁକ୍ତି କରିଥିଲେ ଯେ, ଏହି ଯୋଜନାରେ ଅନେକ ଆଇନଗତ ତ୍ରୁଟି ରହିଛି। ଏହା ପରେ ଡିସେମ୍ବର ୧୬ ତାରିଖ ୨୦୧୬ରେ, ସୁପ୍ରିମକୋର୍ଟ ଏହି ମାମଲାକୁ ୫-ବିଚାରପତି ସମ୍ବିଧାନ ପୀଠକୁ ପଠାଇଲେ, କିନ୍ତୁ ସେତେବେଳେ ବିମୁଦ୍ରୀକରଣ ଉପରେ ପ୍ରତିବନ୍ଧକ ସମେତ ସୁପ୍ରିମକୋର୍ଟ ଏହି ମାମଲାରେ କୌଣସି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବାକୁ ମନା କରିଦେଇଥିଲେ। ଏହି ପ୍ରସଙ୍ଗରେ ବିଭିନ୍ନ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ମଧ୍ୟ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିଲେ।

ବିମୁଦ୍ରୀକରଣ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026
Latest News

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.