ନାଥୁରାମ ଗଡ୍ସେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା କମଲ ହାସନଙ୍କୁ ମାଡ୍ରାସ୍ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଗଡ୍ସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିବା ପରେ କମଲ ହାସନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ଏହି ଜାମିନ ପ୍ରଦାନ କରିଛନ୍ତି । ମକଲ୍ ନିଧି ମୟମ୍ ମୁଖ୍ୟ କମଲ୍ ହାସନଙ୍କ ବିପକ୍ଷରେ ଆରବାକୁରିଚି ଥାନାରେ ଏନେଇ ଏକ ମାମଲା ରୁଜୁ କରା ଯାଇଥିଲା । ୧୬ ତାରିଖରେ କମଲ ହାସନ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ସୋମବାର କୋର୍ଟ ହାସନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଏହି ବୟାନ ପରେ ଏହାକୁ ନେଇ ବିଜେପି ସାଂସଦ ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଏବଂ ଅନନ୍ତ ହେଗଡେ ପ୍ରମୁଖ ଗଡ୍ସେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ।
Tags: