ହୁଆଓ୍ବେ ସହିତ ବ୍ୟବସାୟ ବନ୍ଦ କଲା ଗୁଗୁଲ୍‌

Published: May 20, 2019, 2:23 pm IST
google suspends business with huwai

ଆଲ୍ଫାବେଟ୍‌ ଆଇଏନ୍‌ସିର ଗୁଗୁଲ୍‌ ହୁଆଓ୍ବେ ସହିତ ବ୍ୟବସାୟ ବନ୍ଦ କରିବାର ନିଷ୍ପତ୍ତି ନେଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଆଓ୍ବେକୁ ବିରୋଧ କରିବାରୁ ଏହି ନିଷ୍ପତ୍ତି ନେଇଛି ଗୁଗୁଲ୍‌ । ଚୀନ୍‌ ବୈଷୟିକ ଶିଳ୍ପ ପାଇଁ ଏହା ଏକ ବୃହତ ଧକ୍କା । ଉଭୟ କମ୍ପାନୀ ମଧ୍ୟରେ ବୈଷୟିକ କୌଶଳର ଆଦାନ ପ୍ରଦାନ ଏବଂ ଲାଇସନ୍ସ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଗୁଗୁଲ । ମାତ୍ର ହୁଆଓ୍ବେ ବ୍ୟବହାରକାରୀ ମାନେ ଗୁଗୁଲ୍‌ର ସମସ୍ତ ଆପ୍‌ ବ୍ୟବହାର କରି ପାରିବେ ବୋଲି ଗୁଗୁଲ୍‌ ପକ୍ଷରୁ କୁହାଯାଇଛି । ଏହା ସହିତ ବ୍ୟବହାରକାରୀ ମାନେ ନିଜର ଆପ୍‌ର ଅପ୍‌ଡେଟ୍‌ ମଧ୍ୟ କରି ପାରିବେ । ପୁରାତନ ହୁଆଓ୍ବେ ଫୋନ୍‌ରେ ଗୁଗୁଲ୍‌ ପ୍ଲେ ପ୍ରୋଟେକ୍ଟ କାମ କରିବ ମାତ୍ର ନୂଆ ଫୋନ୍‌ରେ ଏହି ସୁବିଧା ଉପଲବ୍ଧ ହେବ ନାହିଁ ବୋଲି ଗୁଗୁଲ ପକ୍ଷରୁ ଜନୈକ ଅଧିକାରୀ ପ୍ରକାଶ କରିଛନ୍ତି । ଏହା ସହିତ ଇଣ୍ଟେଲ୍‌ କର୍ପ, କ୍ବାଲ୍‌କମ୍‌ ଆଇଏନ୍‌ସି, କିଲିନିକ୍ସ ଏବଂ ବୋର୍ଡ କମ୍‌ ମଧ୍ୟ ହୁଆଓ୍ବେ ସହିତ କୌଣସି ବୈଷୟିକ ସମ୍ପର୍କ ନ ରଖିବା ପାଇଁ ସ୍ଥିର କରିଛନ୍ତି ।

Related posts