ପୂର୍ବତନ କୋଲକାତା କମିଶନର ରାଜୀବ କୁମାର ନିଜର ଗିରଫଦାରୀ ଏଡାଇବା ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶାରଦା ଚିଟ୍ଫଣ୍ଡ ମାମଲାରେ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ କୋଲକାତାରେ ଆଇନଜୀବିଙ୍କ ଆନ୍ଦୋଳନ ବର୍ତ୍ତମାନ ନ୍ୟାୟାଳୟ ବନ୍ଦ ରହୁଥିବାରୁ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ତତ୍କାଳ ହସ୍ତକ୍ଷେପ କରିବା ନେଇ ସୋମବାର ଆବେଦନ କରିଛନ୍ତି ରାଜୀବ କୁମାର। ସୂଚନାଯୋଗ୍ୟ ଯେ ଫେବୃୟାରୀ ୫ରେ ସୁପ୍ରିମ୍କୋର୍ଟ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଅଙ୍କୁଶ ଲଗାଇଥିଲେ। ମାତ୍ର ଗତ ଶୁକ୍ରବାର ଦିନ ନିଜ ନିର୍ଦ୍ଦେଶରେ ଫେବୃୟାରୀ ୫ ନିର୍ଦ୍ଦେଶକୁ ଖାରଜ କରିଥିଲେ। ଏହା ସହିତ ଆଗୁଆ ଜାମିନ ଆବେଦନ କରିବା ପାଇଁ ୫ ଦିନର ସମୟ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ କୁମାର ବିଧାନନଗରର କମିଶନର ରହିଥିବା ବେଳେ ୨୦୧୨ରୁ ୨୦୧୫ ମଧ୍ୟରେ ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ଏବଂ ରୋଜ ଭ୍ୟାଲି ଦୁର୍ନୀତି ସଙ୍ଗଠିତ ହୋଇଥିଲା।
Tags: