
ପୁରୀ: ଆଜି ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ସମ୍ବିତ ପାତ୍ର ପ୍ରମୁଖ ମଧ୍ୟ ଜଗନ୍ନାଥ ଦର୍ଶନ କରିଛନ୍ତି। ନଡ୍ଡା ଭିତରେ ଜଗନ୍ନାଥ ଦର୍ଶନ ସାରି ଶ୍ରୀମନ୍ଦିର ବେଢା ମଧ୍ୟ ବୁଲିଥିଲେ। ଏହି ସମୟରେ ସେ ସେଠାରେ ଉପସ୍ଥିତ ସେବାୟତଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।
ଗତକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଜେପି ନଡ୍ଡା ଜଗନ୍ନାଥ ଦର୍ଶନ କରିବା ପାଇଁ ସେ ଗତକାଲି ରାତିରୁ ପୁରୀରେ ଅବସ୍ଥାନ କରିଥିଲେ। ସେ ଜନତା ମଇଦାନର ବୈଠକ ଏବଂ ପାର୍ଟି କାର୍ଯ୍ୟାଳୟର ବୈଠକ ସାରି ସେ ପୁରୀ ଫେରିଯାଇଥିଲା। ଆଜି ନଡ୍ଡା ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।