ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୪୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୧୪
ବରଗଡ ଜିଲ୍ଲାରୁ- ୩
ଭଦ୍ରକ ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୧୭
ଦେବଗଡ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୪
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୩
ଯାଜପୁର ଜିଲ୍ଲାରୁ- ୬
କନ୍ଧମାଳ ଜିଲ୍ଲାରୁ- ୨
କେନ୍ଦ୍ରାପଡା ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୨୪
କୋରାପୁଟ ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୪
ନବରଙ୍ଗପୁର ଜିଲ୍ଲାରୁ- ୪
ନୟାଗଡ ଜିଲ୍ଲାରୁ- ୬
ପୁରୀ ଜିଲ୍ଲାରୁ- ୨୨
ସମ୍ବଲପୁର ଜିଲ୍ଲାରୁ- ୬
ସୋନପୁର ଜିଲ୍ଲାରୁ- ୬
ସୁନ୍ଦରଗଡ ଜିଲ୍ଲାରୁ- ୧୩
ଷ୍ଟେଟ ପୁଲରୁ- ୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୨୩୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୩ ହଜାର ୬୪୬ ଏବଂ ବର୍ତ୍ତମାନ ୧୩୪୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।