ରବିବାର ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ର ତଥ୍ୟକୁ ନେଇ ମତାମତ ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ। ଏକଜିଟ୍ ପୋଲ୍ ବାସ୍ତବିକ୍ ପରିଣାମ ନୁହେଁ ବୋଲି କହିଛନ୍ତି ନାଇଡୁ। ୧୯୯୯ରୁ ଆସିଥିବା ଏକ୍ଜିଟ୍ ପୋଲ ଅଧିକତର ଭୁଲ ହୋଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସବୁ ରାଜନୈତିକ ଦଳଙ୍କୁ ସେ ଆଶ୍ୱସ୍ତ ରହିବା ସହ ଭୋଟ ଗଣତି ଦିବସ ମେ ୨୩ ତାରିଖକୁ ଅପେକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ଦେଶରେ ସରକାର ଗଠନ ନେଇ ଉପରାଷ୍ଟ୍ରପତି କହିଛନ୍ତି ଯେ, ସବୁବେଳେ ଦେଶ ଓ ରାଜ୍ୟକୁ ଏକ କୁଶଳ ନେତା ଓ ସ୍ଥିର ସରକାରର ଆବଶ୍ୟକତା ହୋଇଥାଏ। ସମାଜର ପରିବର୍ତ୍ତନ ରାଜନୈତିକ ଦଳର ପରିବର୍ତ୍ତନରେ ହିଁ ହୋଇଥାଏ ବୋଲି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ କହିଛନ୍ତି। ଏକଜିଟ୍ ପୋଲ୍ ରିପୋର୍ଟରେ ଏନଡିଏ୍ ପୁନଃ ସରକାର ଗଠନ କରିବା ନେଇ ମତ ଦେଇଛନ୍ତି।
Tags: