ରାଜ୍ୟରେ କରୋନାକୁ ନେଇ ଆଶ୍ବସ୍ତିକର ଖବର, ୫୦ ତଳକୁ ଖସିଲା ସଂକ୍ରମଣ

Published: Oct 6, 2022, 9:45 am IST

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୪୯  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୫

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧୦

ଦେବଗଡ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୩

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୩

ସମ୍ବଲପୁର ଜିଲ୍ଲାରୁ- ୪

ସୁନ୍ଦରଗଡ ଜିଲ୍ଲାରୁ- ୫

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୪ ହଜାର ୬୪୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୫୭୦ ଏବଂ ବର୍ତ୍ତମାନ ୮୨୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts